ଶ୍ରୀମନ୍ଦିର ଆନ୍ଦବଜାରରେ ଆଉ ମିଳିବନି ବାସି ଅବଢ଼ା
ଓଏଲ୍ ବ୍ୟୁରୋ: ଭକ୍ତଙ୍କ ଭାବାବେଗକୁ ନଜର ରଖି ଶ୍ରୀମନ୍ଦିର ପ୍ରଶାସନ ନେଇଛି ବଡ଼ ନିଷ୍ପତ୍ତି। ଶ୍ରୀମନ୍ଦିର ପରିସରରେ ଥିବା ଆନନ୍ଦ ବଜାରରେ ଆଉ ମିଳିବନି ବାସି ଅବଢ଼ା। ଏଥିସହିତ ଆନନ୍ଦ ବଜାର ଜଗିବେ ଅବସରପ୍ରାପ୍ତ ସେନା ନିବୃତ କର୍ମୀ। ଏନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଏଣିକି ଶୃଙ୍ଖଳିତ ହେବ ଆନନ୍ଦ ବଜାର। ଆନନ୍ଦବଜାର ଜଗିବେ ସେବାନିବୃତ୍ତ ସେନା କର୍ମୀ। ଏଥିପାଇଁ ନିଯୁକ୍ତ ହେବେ ୨୦ ଜଣ ଦକ୍ଷ ଅବସର ପ୍ରାପ୍ତ ସେନାନିବୃତ କର୍ମୀ। ଏନେଇ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା।
ସେହିପରି ସୁପକାର ଓ ଅଣସୂପକାରଙ୍କ ଉପରେ ନଜର ରଖିବେ ସ୍ୱତନ୍ତ୍ର ସୁରକ୍ଷା କର୍ମୀ। ଆନନ୍ଦ ବଜାରରେ ବାସି ଅବଢ଼ା ବିକ୍ରି ଉପରେ ଲାଗିବ ରୋକ୍। ବିଶେଷ ଭାବେ ଆନନ୍ଦ ବଜାରର ଶୃଙ୍ଖଳା ଉପରେ ରହିବ କଡା ନଜର ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।