Odisha Link
Bridging the Missing Links in Odisha

କେବେ ଭାଙ୍ଗିବ ବେଆଇନ ଆପାର୍ଟମେଣ୍ଟ? ଜାଣନ୍ତୁ କ’ଣ କହିଲେ ମେୟର

ଓଏଲ୍‌ ବ୍ୟୁରୋ: ବଜେଟ୍‌ ଅଧିବେଶନରେ ଚାଞ୍ଚଲ୍ୟକର ତଥ୍ୟ ଦେଇଥିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ଯାହାକୁ ନେଇ ଚର୍ଚ୍ଚା ବଢୁଥିବାବେଳେ ଆପାର୍ଟମେଣ୍ଟ ଭଙ୍ଗାଯିବା ପ୍ରସଙ୍ଗରେ ଭୁବନେଶ୍ବର ମେୟର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏଯାଏଁ ସରକାରଙ୍କ ପକ୍ଷରୁ ବିଏମ୍‌ସିକୁ କୌଣସି ପ୍ରକାର ତଥ୍ୟ ଆସିନାହିଁ। ଆପାର୍ଟମେଣ୍ଟ ପାଇଁ କେବଳ ବିଏମ୍‌ସି ନୁହେଁ ବିଡିଏ ବି ଅନୁମତି ଦେଇଛି। ଲୋକଙ୍କୁ ଅନୁକମ୍ପା ରାଶି ମିଳିବ କି ନାହିଁ, ତାହା ମଧ୍ୟ ବଡ଼ କଥା। ଲୋକଙ୍କ ଯେଭଳି ଅସୁବିଧା ନହେବ ଗୁରୁତ୍ବ ସହ ସବୁ କାମ କରାଯିବ ବୋଲି ଭୁବନେଶ୍ବର ମେୟର କହିଛନ୍ତି।

ସୂଚନା ଅନୁସାରେ, ଭୁବନେଶ୍ୱରରେ ଗଢିଉଠିବା ବେଆଇନ ଆପାର୍ଟମେଣ୍ଟ/କୋଠାବାଡିକୁ ନେଇ ବିଧାୟକ ରଣେନ୍ଦ୍ର ସ୍ୱାଇଁ ବିଧାନସଭାରେ ପ୍ରଶ୍ନ କରିଥିଲେ। ବିଧାୟକ ରଣେନ୍ଦ୍ର ସ୍ୱାଇଁଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉତ୍ତର ରଖିଥିଲେ। ସେ କହିଥିଲେ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଅଧୀନରେ ବେଆଇନ ଭାବେ ଗଢ଼ିଉଠିଥିବା ଆପାର୍ଟମେଣ୍ଟ ଭଙ୍ଗାଯିବ। ଏହା ବିରୁଦ୍ଧରେ ୪୯୨ଟି ମାମଲା ରୁଜୁ ହୋଇଥିବାବେଳେ ତନ୍ମଧ୍ୟରୁ ୧୯୧ଟି ମାମଲାର ଭୂମିଶାତ ପାଇଁ ଆଦେଶ ହୋଇଛି।

୬୩ଟି ମାମଲା ଖାରଜ ହୋଇଛି। ୨୩୭ଟି ମାମଲା ବିଚାରାଧୀନ ଅଛି। ସେହିପରି ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ବେଆଇନ ଭାବେ ଗଢ଼ିଉଠିଥିବା ଆପାର୍ଟମେଣ୍ଟ ନିର୍ମାଣ ବିରୁଦ୍ଧରେ ୧୪୪୪ଟି ମାମଲା ରୁଜୁ ହୋଇଥିବାବେଳେ ତନ୍ମଧ୍ୟରୁ ୪୫୧ଟି ମାମଲାର ଫଇସଲା ହୋଇ ସାରିଛି। ୯୯୩ଟି ମାମଲା ବିଚାରାଧୀନ ଅଛି। ଆଇନ ଉଲ୍ଲଘଂନ କରୁଥିବା ବ୍ୟକ୍ତି ମାନଙ୍କ ବିରୁଧରେ ଓଡିଶା ଉନ୍ନୟନ କର୍ତ୍ତୃପକ୍ଷ ଅଧିନିୟମ, ୧୯୮୨ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

Leave A Reply

Your email address will not be published.