Odisha Link
Bridging the Missing Links in Odisha

ଗଜପତି-କୋରାପୁଟରେ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ

ଓଏଲ୍‌ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁୁଚାପ ପ୍ରଭାବରେ ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ହେବ। ବିଶେଷ ଭାବେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଏହାକୁ ନଜରରେ ରଖି ଆଜି କୋରାପୁଟ ଓ ଗଜପତି ଜିଲ୍ଲାରେ ସମସ୍ତ ସ୍କୁଲ୍‌ ବନ୍ଦ ରହିବ।

କୋରାପୁଟ ଓ ଗଜପତିରେ ଆଜି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ପାଣିପାଗ ବିଭାଗ କରିଥିବାରୁ ଉଭୟ ଜିଲ୍ଲାରେ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଛି। ଏନେଇ ଦୁୁଇ ଜିଲ୍ଲାର ଜିଲ୍ଲାପାଳ ଘୋଷଣା କରିଛନ୍ତି। ଏଥିସହିତ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ଏଥିସହ ବର୍ଷା ବେଳେ ଘରୁ ନ ବାହାରିବାକୁ ଏବଂ ନିଜ ନିଜର ପକ୍କା ଘର ନଚେତ୍ ଆଶ୍ରୟସ୍ଥଳରେ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେବା ସହ ଜିଲ୍ଲାର ସବୁ ବ୍ଲକରେ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.