Odisha Link
Bridging the Missing Links in Odisha

ଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଓଏଲ୍‌ ବ୍ୟୁରୋ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସୌନ୍ଦର୍ଯ୍ୟକରଣ କାମ ପାଇଁ ଜିଲ୍ଲାପାଳଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଅନୁଧ୍ୟାନ କରିଛନ୍ତି। ସୂଚନା ଅନୁସାରେ, ଗତକାଲି ନୀଳାଦ୍ରି ଭକ୍ତ ନିବାସ ପରିସରରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଶ୍ରୀମନ୍ଦିର ବଜେଟରେ ସେବକଙ୍କ କଲ୍ୟାଣପାଣ୍ଠି ସହ ଆଦର୍ଶ ଗୁରୁକୂଳ ପ୍ରତିଷ୍ଠା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହ ଆନୁସଙ୍ଗିକ ବ୍ୟବସ୍ଥା ନେଇ ବ୍ୟୟବରାଦ ଉପରେ ଆଲୋଚନା ହୋଇଛି। ସେପଟେ ଆଗାମୀ ଦିନରେ ଭକ୍ତମାନେ ଯେଭଳି ଗୋ୍ଲଡ଼ ବଣ୍ଡ କିଣି ପାରିବେ ସେ ବ୍ୟବସ୍ଥା ନେଇ ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯିବାକୁ ଥିବାବେଳେ ମହାପ୍ରଭୁଙ୍କ ପାଇଁ ନୂଆ ସୁବର୍ଣ୍ଣ ଅଳଙ୍କାର ସେଟ ଗଠନ ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.