Odisha Link
Bridging the Missing Links in Odisha

ବଢ଼ିଲା ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ ଗେଟ୍

ଓଏଲ୍‌ ବ୍ୟୁରୋ: ବଢ଼ିଲା ହୀରାକୁଦ ଜଳସ୍ତର। ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ଖୋଲିଲା। ବର୍ତ୍ତମାନ ୬ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ପୂର୍ବରୁ ମାତ୍ର ୨ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ ହେଉଥିବାବେଳେ ଏବେ ୬ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି।

ସୂଚନା ଅନୁସାରେ, ଗତ ଅଗଷ୍ଟ ୨୮ରେ ହୀରାକୁଦ ଜଳସ୍ତର କମିବାରୁ ହୀରାକୁଦ ଡ୍ୟାମର ୧୨ଟି ଗେଟ୍‌ ବନ୍ଦ କରାଯାଇଥିଲା। ପ୍ରତି ସେକେଣ୍ଡରେ ୩ ଲକ୍ଷ ୧୦ ହଜାର ୩୨୬ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ୩ ଲକ୍ଷ ୫୪ ହଜାର ୫୧୧ ଘନଫୁଟ ଜଳ ନିଷ୍କାସିତ ହେଉଥିଲା। ଜଳସ୍ତର କମିଥିବାରୁ ୧୨ଟି ଗେଟ୍ ବନ୍ଦ କରାଯାଇଥିଲା।

Leave A Reply

Your email address will not be published.