Odisha Link
Bridging the Missing Links in Odisha

ନୂଆ-ଓ କାର୍ଯ୍ୟକ୍ରମକୁ ବନ୍ଦ କଲେ ରାଜ୍ୟ ସରକାର, ଖୁବଶୀଘ୍ର ଆସିବ ନୂଆ ଯୋଜନା

ଓଏଲ୍‌ ବ୍ୟୁରୋ: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ନବମ ଦିବସ। ବିଧାନସଭା ଅଧିବେଶନର ନବମ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି। ଏସବୁ ଭିତରେ ଉଚ୍ଚଶିକ୍ଷା ମନ୍ତ୍ରୀ ବଡ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୂର୍ବ ବିଜେଡି ସରକାରର ନୂଆ-ଓ କାର୍ଯ୍ୟକ୍ରମ ବନ୍ଦ କରାଯାଇଛି। ଫାଇନାନ୍ସ ଆସିଷ୍ଟାଣ୍ଟସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଣ୍ଟେସ୍ ନାଁରେ ଆସିବ ନୂଆ ଯୋଜନା। ଏହି ନୂଆ ଯୋଜନା ଚଳିତ ବର୍ଷରୁ ଆରମ୍ଭ କରିବେ ସରକାର। ଏହାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲିଛି ବୋଲି ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟର ୩ଟି ଜିଲ୍ଲାରେ ଖୁବଶୀଘ୍ର ସରକାରୀ କଲେଜ ପ୍ରତିଷ୍ଠା ହେବ। ମନ୍ତ୍ରୀ କହିଛନ୍ତି, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଝାରସୁଗୁଡାରେ ସରକାରୀ କଲେଜ ନାହିଁ। ସରକାର ଖୁବଶୀଘ୍ର ଏହି ୩ଟି ଜିଲ୍ଲାରେ ଖୁବଶୀଘ୍ର ସରକାରୀ କଲେଜ ପ୍ରତିଷ୍ଠା ହେବ।

ଆଗାମୀ ଦିନରେ ବିଭିନ୍ନ ଜିଲାରେ ପ୍ରାୟ ୧୨ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ। ଓଡ଼ିଶା ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଜିଲାରେ ୧୨ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ ଏବଂ ସରକାର ବିଶ୍ୱବିଦ୍ୟାଳୟର ସ୍ବାଧୀନତା ଫେରାଇବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ କହିଛନ୍ତି।

Leave A Reply

Your email address will not be published.