Odisha Link
Bridging the Missing Links in Odisha

କୋଟିପତି କିରାଣୀ ବାବୁଙ୍କ ବିପୁଳ ସଂପତ୍ତି ଠାବ, ଖୋଳତାଡ଼ କରୁଛି ଭିଜିଲାନ୍ସ

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ଚାଲିଛି ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼। ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ତଦନ୍ତ କରୁଛି ଭିଜିଲାନ୍ସ ଦଳ। ଏସବୁ ଭିତରେ ଆଜି ଭିଜିଲାନ୍ସ ଜାଲରେ ଡିଇଓ ଅଫିସର କନିଷ୍ଠ କିରାଣୀ ପ୍ରଦୀପ ଦାସ ପଡିଛନ୍ତି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍‌ କରିଛି ଭିଜିଲାନ୍ସ।ବାଲେଶ୍ବର ଡିଇଓ ଅଫିସ୍‌ର କନିଷ୍ଠ କିରାଣି ପ୍ରଦୀପ ଦାସଙ୍କ ବିପୁଳ ସଂପତ୍ତି ଠାବ ହୋଇଛି। ବାଲେଶ୍ବରରେ ୩ ମହଲା କୋଠା, ୪ ହଜାର ବର୍ଗଫୁଟର ମାର୍କେଟ କଂପ୍ଲେକ୍ସ। ମାର୍କେଟ କଂପ୍ଲେକ୍ସରେ ରହିଛି ୨୦ ଦୋକାନ ଘର, ମୂଲ୍ୟ ୧ କୋଟି। ବାଲେଶ୍ବର ସହର ଆଖପାଖରେ ରହିଛି ୬ଟି ଘରଯୋଗ୍ୟ ପ୍ଲଟ। ବ୍ୟାଙ୍କ, ବୀମା ଜମା ଏବଂ ଗାଡ଼ିମୋଟର ତଲାସ ଜାରି ରହିଛି।

Leave A Reply

Your email address will not be published.