Odisha Link
Bridging the Missing Links in Odisha

ଝାଡ଼ଖଣ୍ଡ ରାଜନୀତି: ରାମଦାସ ହେଲେ ମନ୍ତ୍ରୀ, ଚମ୍ପାଇକୁ ଟକ୍କର ଦେବାକୁ ହେମନ୍ତଙ୍କ ନୂଆ ରଣନୀତି

ଓଏଲ୍‌ ବ୍ୟୁରୋ: ବିଧାନସଭା ନିର୍ବାଚନ ପୂର୍ବରୁ ଝାଡ଼ଖଣ୍ଡ ରାଜନୀତିରେ ଝଡ଼। ଝାଡ଼ଖଣ୍ଡ ବାଘ ଭାବେ ପରିଚିତ ଚମ୍ପାଇ ସୋରେନ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ। ଯାହାକୁ ନେଇ ରାଜନୈିତକ ହଟଚମଟ ଲାଗି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କୋହ୍ଲାନରେ ଚମ୍ପାଇଙ୍କ ବିକଳ୍ପ ଭାବେ ରାମଦାସ ସୋରେନଙ୍କୁ ଗୁରୁ ଦାୟିତ୍ବ ଦେଇଛନ୍ତି। ରାମଦାସଙ୍କ ଝାଡ଼ଖଣ୍ଡ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ଆଜି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ରାମଦାସ। ଚମ୍ପାଇ ସୋରେନ ବିଜେପିରେ ମିଶିବା ପୂର୍ବରୁ ବଡ଼ ଗୋଟି ଚାଳନା କରିଛନ୍ତି ହେମନ୍ତ।

ରାମଦାସ ସୋରେନ ୨୦୦୯, ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ରାଜନୈିତକ ଦୃଷ୍ଟିକୋଣରୁ ଦେଖିଲେ ରାମଦାସ ଓ ଚମ୍ପାଇଙ୍କ ମଧ୍ୟରେ ବହୁତ ସମାନତା ରହିଛି। ଚମ୍ପାଇ ସୋରେନଙ୍କ ଭଳି ରାମଦାସ ସୋରେନ ମଧ୍ୟ ସାନ୍ତାଳି ଜାତିରୁ ଆସିଛନ୍ତି। କୋହ୍ଲାନର ଆଦିବାସୀ ଅଞ୍ଚଳ ଘାଟାଶିଳାର ବାସିନ୍ଦା ରାମଦାସ। ଆଉ ସେ ଝାଡ଼ଖଣ୍ଡର ଜଣେ ଜଣାଶୁଣା ଆନ୍ଦୋଳନକାରୀ। ସେ ଦୀର୍ଘ ଦିନରୁ ପୂର୍ବ ସିଂହଭୂମିର ଝାମୁମୋ ସଙ୍ଗଠନର କମାଣ ତାଙ୍କ ହାତରେ ରଖିଛନ୍ତି।

ଆଗକୁ ଝାଡ଼ଖଣ୍ଡ ନିର୍ବାଚନ ହେବାକୁ ଥିବାବଳେ ରାମଦାସଙ୍କ ମନ୍ତ୍ରୀ ପଦ ଦେଇଛନ୍ତି ହେମନ୍ତ ସୋରେନ। ସେହିପରି ଚମ୍ପାଇଙ୍କୁ ଯେଉଁ ଦାୟିତ୍ବ ଜେଏମ୍‌ଏମ୍‌ରେ ମିଳିଥିଲା। ସେହି ସବୁ ଦାୟିତ୍ବ ରାମଦାସଙ୍କୁ ଦେଇଛନ୍ତି ହେମନ୍ତ ସୋରେନ। ତେବେ ଆଗାମୀ ନିର୍ବାଚନରେ ଚମ୍ପାଇ ସୋରେନ ନା ରାମଦାସ ସୋରେନଙ୍କ ଦବଦବାର ରହିବ ତାହା ଦେଖିବା ବାକି ରହିଛି।

Leave A Reply

Your email address will not be published.