Odisha Link
Bridging the Missing Links in Odisha

ଆଡ଼ପ ପହଣ୍ଡି ଅଘଟଣ ପ୍ରସଙ୍ଗ: ପୁଣି ଥରେ ତର୍ଜମା କରି ରିପୋର୍ଟ ଦେବ କମିଟି

ଓଏଲ୍‌ ବ୍ୟୁରୋ: ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ବେଳେ ଅଭାବନୀୟ ଘଟଣାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ମିଟିଂ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବଡ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଡ଼ପ ପହଣ୍ଡି ଅଘଟଣ ରିପୋର୍ଟ ଅସଂପୂର୍ଣ୍ଣ ରହିଛି। ଆଉଥରେ ତର୍ଜମା କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି। ୩ ଜଣିଆ କମିଟି ଆଜି ୯ଟି ପଏଣ୍ଟରେ ତାଙ୍କ ରିପୋର୍ଟ ପ୍ରକାଶ କରିଛନ୍ତି।୯ଟି ପଏଣ୍ଟରୁ ୮ଟି ପଏଣ୍ଟରେ ସହମତି ପ୍ରକାଶ ପାଇଥିଲା। ତେବେ ଆଉଥରେ ତର୍ଜମା କରି ରିପୋର୍ଟ ଦେବାକୁ କମିଟିକୁ କୁହାଯାଇଛି। ଭବିଷ୍ୟତରେ ଯେଭଳି ଏମିତି ଅଘଟଣ ନଘଟିବ, ସେଥିପ୍ରତି ଗୁରୁତ୍ବାରୋପ ଦିଆଯାଇଛି।

ସୂଚନା ଅନୁସାରେ, ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ବେଳେ ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଥିଲା। ଶରଧାବାଲିରୁ ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବେଳେ ଚାରରେ ଖସି ପଡ଼ିଥିଲେ ବଡ଼ ଠାକୁର ବଳଭଦ୍ର। ତାଳଧ୍ୱଜ ରଥରୁ ସେବାୟତମାନେ ବଡ଼ ଠାକୁରଙ୍କୁ ପହଣ୍ଡି କରି ଚାରମାଳ ଦେଇ ଆଣୁଥିବା ବେଳେ ହଠାତ୍ ଚାରମାଳ ଉପରେ ଖସି ପଡ଼ିଥିଲେ। ଯେଉଁଥିରେ ୭ରୁ ଅଧିକ ସେବାୟତ ଆହତ ମଧ୍ୟ ହୋଇଥିଲେ। ଏହି ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି।

Leave A Reply

Your email address will not be published.