Odisha Link
Bridging the Missing Links in Odisha

ପ୍ୟାରିସ୍‌ ପାରାଲିମ୍ପିକ୍ସ: ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ ପଦକ, ଗୋଟିଏ ଇଭେଣ୍ଟରେ ଭାରତକୁ ୨ଟି ପଦକ

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ପାରାଲିମ୍ପିକ୍ସ ୨୦୨୪ର ଦ୍ବିତୀୟ ଦିନରେ କମାଲ କରିଛନ୍ତି ଭାରତୀୟ ପାରା ଖେଳାଳି। ସୁଟିଂରେ ଭାରତକୁ ମିିଳିଲା ଦୁଇଟି ପଦକ। ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଙ୍ଗରେ ଅବନୀ ଲେଖରା ସ୍ବର୍ଣ୍ଣ ପଦକ ହାତେଇଛନ୍ତି। ଅବନି ଲେଖାର ପାରାଲିମ୍ପିକ୍ସରେ ରେକର୍ଡକରିବା ସହିତ ସ୍ବର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି। ଏହି ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି ମୋନା ଅଗ୍ରଓ୍ବାଲ। ଦୁଇଟି ପଦକ ସହିତ ପାରାଲିମ୍ପିକ୍ସରେ ଖାତା ଖୋଲିଛି ଭାରତ। ଭାରତ ନାମରେ ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ରହିଛି। ପ୍ୟାରିସ୍‌ ପାରାଲିମ୍ପିକ୍ସର ପଦକ ତାଲିକାରେ ୯ମ ସ୍ଥାନରେ ରହିଛି ଭାରତ।

ଭାରତର ଅବନୀ ଲେଖାର ୨୪୯.୭ ପଏଣ୍ଟ ସହିତ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ କୋରିଆର ଲି ୨୪୬.୮ ପଏଣ୍ଟ ପାଇ ରୌପ୍ୟ ପଦକ ଜିତିଛନ୍ତି। ସେହିପରି ମୋନା ଅଗ୍ରଓ୍ବାଲ ୨୨୮ ପଏଣ୍ଟ ହାତେଇବା ସହିତ ବ୍ରୋଞ୍ଜ ପଦକ ଜିତିଛନ୍ତି। ଅବନି ଲେଖର କ୍ବାଲିଫିକେଶନ୍‌ ରାଉଣ୍ଡରେ ଦ୍ବିତୀୟ ସ୍ଥାନରେ ରହି ଫାଇନାଲ ରାଉଣ୍ଡରେ ପ୍ରବେଶ କରିଥିଲେ। ସେହିପରି ୫ମ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିଥିଲେ ମୋନା।

Leave A Reply

Your email address will not be published.