Odisha Link
Bridging the Missing Links in Odisha

ଚିକିଟି ବିଷାକ୍ତ ମଦ ଘଟଣା: ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଓଏଲ୍‌ ବ୍ୟୁରୋ: ଚିକିଟି ବିଷାକ୍ତ ମଦ ଘଟଣାରେ ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ମଦମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ମୃତକ ଜଣଙ୍କ ଏମ୍‌‌କେସିଜି ଆଇସିୟୁରେ ଚିକିତ୍ସାଧୀନ ଥିଲେ। ସୂଚନା ଅନୁସାରେ ଗଞ୍ଜାମ ଜିଲାର ଚିକିଟିରେ ବିଷାକ୍ତ ମଦ ଖାଇ ପୂର୍ବରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।

ମୃତକ ହେଲେ ଚିକିଟି ବ୍ଲକ ଜେନାପୁର ସାହିର ଲକ୍ଷ୍ମଣ ବେହେରା। ଏବେ ବି ଆଉ ୪ ଜଣ ଆଉ ଏମେକସିଜିରେ ଚିକିତ୍ସାଧୀନ ଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବିଷାକ୍ତ ମଦ ପିଇ ପୂର୍ବରୁ ଚିକିଟି ଜେନାପୁର ଗାଁର ଜୁର ବେହେରା ଓ ଲୋକନାଥ ବେହେରାଙ୍କ ମୃତ୍ୟୁ ହୋଇ ସାରିଛି।

ସୂଚନାଥାଉକି, ଗଞ୍ଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦ ପିଇ ୨୧ରୁ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଏବେବି ଚିକିତ୍ସାଧୀନ ଅଛନ୍ତି। ଅନ୍ୟମାନେ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି। ଏହି ଘଟଣାରେ ମଦ ମାଫିଆଙ୍କୁ ମିଶାଇ ସମୁଦାୟ ୭ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।

Leave A Reply

Your email address will not be published.