Odisha Link
Bridging the Missing Links in Odisha

ଶ୍ରୀମନ୍ଦିରରେ ପଡ଼ିଲା ରକ୍ତଛିଟା, ଅନୁଷ୍ଠିତ ହେଲା ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ବଡ଼ ମହାସ୍ନାନ ନୀତି। ଶ୍ରୀଜିଉଙ୍କ ସକାଳ ଧୂପ ବଢ଼ି ଭୋଗମଣ୍ଡପ ଉଠିବା ପରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଛି। ଧୁକୁଡ଼ି ଦ୍ବାର ନିକଟରେ ରକ୍ତଛିଟା ପଡ଼ିବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ହୋଇଛି।

ଶ୍ରୀମନ୍ଦିର ଧୁକୁଡ଼ି ଦ୍ବାର ନିକଟରେ ଜଣେ ଭକ୍ତଙ୍କ ଗୋଡ଼ରେ ଆଘାତ ଲାଗି ରକ୍ତଛିଟା ପଡ଼ିଥିଲା। ତେଣୁ ସକାଳ ଧୂପ ବଢ଼ି ଭୋଗମଣ୍ଡପ ଉଠିବା ପରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଛି। ଯାହାଫଳରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ଅପରାହ୍ନ ୧ଟା ପରେ ମହାପ୍ରଭୁଙ୍କ ଦର୍ଶନ ପୁଣି ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତିକାନ୍ତି ଚାଲିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।