Odisha Link
Bridging the Missing Links in Odisha

ହାଇକୋର୍ଟରେ ଏବେ ବି ପଡ଼ି ରହିଛି ୧,୪୨,୮୫୮ଟି ମାମଲା

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ବିଭିନ୍ନ ଜିଲ୍ଲାକୋର୍ଟରେ ୧୯୫ଟି ବିଚାରପତି ପଦ ଖାଲି ରହିଛି। ଏନେଇ ଆଜି ବିଧାନସଭାରେ କହିଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ରାଜ୍ୟର ବିଭିନ୍ନ ଜିଲ୍ଲାକୋର୍ଟରେ ମୋଟ ୧୦୪୦ ବିଚାରପତିଙ୍କ ସଂଖ୍ୟା ରହିଛି। ସେଥିରୁ ୧୯୫ଟି ବିଚାରପତି ପଦ ଖାଲି ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନାମା ଅନୁସାରେ ଖାଲି ପଡ଼ିଥିବା ପଦ ଗୁଡ଼ିକୁ ପୁରଣ କରିବାକୁ ଆମ ସରକାର ପ୍ରକ୍ରିୟା ଜାରି ରଖିଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ସାଲେପୁର ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ଆଇନ୍‌ ମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ ବିଚାରପତିଙ୍କ ଅଭାବ ରହିଥିବାରୁ କୋର୍ଟରେ ଥିବା ମାମଲାଗୁଡ଼ିକ ମଧ୍ୟ ବିଚାର ହୋଇନପାରି ବର୍ଷ ବର୍ଷ ଧର ପଡ଼ିରହିଛି। ଓଡ଼ିଶାର ଉଚ୍ଚନ୍ୟାୟାଳରେ ଏବେ ୧,୪୨,୮୫୮ଟି ମାମଲା ପଡ଼ି ରହିଛି।

Leave A Reply

Your email address will not be published.