Odisha Link
Bridging the Missing Links in Odisha

ଲୋକସଭା ବିରୋଧୀ ଦଳ ନେତା ହେବା ପରେ ରାହୁଲଙ୍କ ପ୍ରଥମ ବିଦେଶ ଗସ୍ତ, ୮ରେ ଯିବେ ଆମେରିକା

ଓଏଲ୍‌ ବ୍ୟୁରୋ: ଲୋକସଭା ନିର୍ବାଚନ ୨୦୨୪ ଶେଷ ହେବା ପରେ ପ୍ରଥମ ଥର ପାଇଁ ଆମେରିକା ଗସ୍ତ କରିବେ ରାହୁଲ ଗାନ୍ଧୀ। ଲୋକସଭା ବିରୋଧୀ ଦଳ ନେତା ହେବା ପରେ ଏହା ରାହୁଲଙ୍କ ହେବ ପ୍ରଥମ ବିଦେଶ ଗସ୍ତ। ଆସନ୍ତା ୮ରୁ ୧୦ ତାରିଖ ଯାଏ ସେ ଆମେରିକା ଗସ୍ତ କରିବେ।

ଆମେରିକା ଗସ୍ତରେ ଯିବାକୁ ରାହୁଲ ଗାନ୍ଧୀ ଡାଲ୍ଲାସ, ଟେକ୍ସାସ ଓ ୱାଶିଂଟନ ଡିସିରେ ଭାରତୀୟ ବଂଶୋଦ୍ଭବ, ଶିକ୍ଷାର୍ଥୀ, ଶିକ୍ଷାବିତ ଓ ଆଇନ ପ୍ରଣୟନକାରୀଙ୍କୁ ଭେଟିବେ। ଭାରତୀୟ ଓଭରସିଜ କଂଗ୍ରେସର ଅଧ୍ୟକ୍ଷ ସାମ ପିତ୍ରୋଦା ଆଜି ରାହୁଲ ଗାନ୍ଧୀ ଆମେରିକା ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି। ଆଗକୁ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାବେଳେ ରାହୁଲଙ୍କ ଗସ୍ତ ଉପରେ ସାରା ବିଶ୍ବର ନଜର ରହିଛି।

ରାହୁଲ ଗାନ୍ଧୀଙ୍କ ଆମେରିକା ଗସ୍ତ ସେପ୍ଟେମ୍ବର ୮ରୁ ଡାଲ୍ଲାସରୁ ଆରମ୍ଭ ହେବ। ଏଠାରେ ସେ ଟେକ୍ସାସ ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀ, ଶିକ୍ଷାନୁଷ୍ଠାନ ଓ ସ୍ଥାନୀୟ ଭାରତୀୟ ବଂଶୋଦ୍ଭର ସଦସ୍ୟମାନଙ୍କ ସହ କତାବାର୍ତ୍ତା କରିବେ। ସେପ୍ଟେମ୍ବର ୯ରେ ରାହୁଲ ଗାନ୍ଧି ୱାଶିଂଟନ ଡିସିରେ ମଧ୍ୟ ସମାନ କାର୍ଯ୍ୟକ୍ରମ କରିବେ। ୧୦ ତାରିଖରେ ରାହୁଲ ଅନ୍ୟାନ୍ୟ ଲୋକଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିବେ। ବିଭିନ୍ନ ଆଇନ ପ୍ରଣୟନକାରୀଙ୍କ ସହ ମଧ୍ୟ ତାଙ୍କର ବୈଠକ ରହିଛି।

Leave A Reply

Your email address will not be published.