Odisha Link
Bridging the Missing Links in Odisha

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନନ୍ଦନକାନନରେ ବଢ଼ିଲା ଜିରାଫ ସଂଖ୍ୟା

ଓଏଲ୍‌ ବ୍ୟୁରୋ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ନନ୍ଦନକାନନକୁ ଆସିଲେ ୨ ଜିରାଫ। କୋଲକାତାର ଅଲିପୁର ଚିଡ଼ିଆଖାନାରୁ ଏହି ଦୁଇ ଜିରାଫ ବାରଙ୍ଗସ୍ଥିତ ଚିଡ଼ିଆଖାନାକୁ ଆସିଛନ୍ତି। ଦୁଇ ଜିରାଫଙ୍କ ମଧ୍ୟରେ ଗୋଟିଏ ଦେଢ଼ ବର୍ଷର ପୁରୁଷ ଓ ବର୍ଷେ ୧ ମାସର ମାଈ ଜିରାଫ ରହିଛି। ଏହି ଦୁଇ ଜିରାଫ ଆସିବା ପରେ ନନ୍ଦନକାନନରେ ଜିରାଫଙ୍କ ସଂଖ୍ୟା ୩ରେ ପହଞ୍ଚିଛି।

ଦୀର୍ଘ ୧୨ ବର୍ଷ ପରେ ନନ୍ଦନକାନନରେ ଏକାକୀ ରହୁଥିବା ଜିରାଫ ଖୁସିକୁ ତା’ର ସାଥୀ ମିଳିଯାଇଛି। ଦୁହିଁଙ୍କୁ ଆଣିବାକୁ ଏକ ସ୍ବତନ୍ତ୍ର ଦଳ ଓଡ଼ିଶାରୁ ଅଲିପୁର ଯାଇଥିଲେ। ଏହି ଦୁହିଁଙ୍କୁ ଆଣିବା ପାଇଁ ୧୬.୫ ଫୁଟ ଉଚ୍ଚ ଏକ ବକ୍ସର ବ୍ୟବସ୍ଥା କରାଯାଇଥିଲା। ସେଠାରୁ ଅଗଷ୍ଟ ୩୧ରେ ବାହାରି ଦୀର୍ଘ ୨୫ ଘଣ୍ଟା ପରେ ନନ୍ଦନକାନନରେ ପହଞ୍ଚିଛନ୍ତି ଏହି ଦୁଇ ଜିରାଫ। ବର୍ତ୍ତମାନ ଦୁଇ ଜିରାଫଙ୍କୁ ସ୍ବତନ୍ତ୍ର ଟିମ୍‌ ଖାଦ୍ୟ, ରହଣି, ସ୍ବାସ୍ଥ୍ୟାବସ୍ଥାର ଅନୁଧ୍ୟାନ କରୁଛନ୍ତି। ନନ୍ଦନକାନନରେ ଥିବା ଜିରାଫ ଖୁସିକୁ ୨୦୧୨ରେ ପାଟନାରୁ ଅଣାଯାଇଥିଲା।

Leave A Reply

Your email address will not be published.