Odisha Link
Bridging the Missing Links in Odisha

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ

ଓଏଲ୍‌ ବ୍ୟୁରୋ: ସପ୍ତଦଶ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି। ଏସବୁ ଭିତରେ ଆଜି ଅର୍ଥାତ ଅଗଷ୍ଟ ପ୍ରଥମ ସୋମବାର ଭୁବନେଶ୍ୱର ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିଛି। ସରକାରୀ ଛୁଟି ଥିବାରୁ ଏହି ଦିନ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିଛି। ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।

ସୂଚନା ଅନୁସାରେ, ଆସନ୍ତା ଦୁଇ ସୋମବାର ସେପ୍ଟେମ୍ବର ୯, ୧୬ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ। ସେପ୍ଟେମ୍ବର ୯ରେ ନୂଆଖାଇ ଛୁଟି ଘୋଷଣା ଥିବାରୁ ଅଭିଯୋଗ ଶୁଣାଣି ବନ୍ଦ ରହିବ। ସେପ୍ଟେମ୍ବର ୧୬ରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ।

Leave A Reply

Your email address will not be published.