Odisha Link
Bridging the Missing Links in Odisha

ଗୃହରେ ‘ସୁଭଦ୍ରା’ ଝଡ଼, ବାହାରେ ବିଜେଡିକୁ ସମାଲୋଚନା କଲେ ଉପାସନା

ଓଏଲ୍‌ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ଗୃହରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକଙ୍କ ହଙ୍ଗାମା। ଏଥିସହିତ ନାରାବାଜି ମଧ୍ୟ କରିଛନ୍ତି। ବିଧାନସଭାରେ ବିରୋଧୀଙ୍କ ହଂଗାମା କାରଣରୁ ପ୍ରଥମେ ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଯାଇଥିବାବେଳେ ଗୃହରେ ଅଚଳାବସ୍ଥା ସୃଷ୍ଟି ହେବାରୁ ଦିନ ୧ତା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଯାଇଛି।

ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ସାମିଲ କରିବାକୁ ଦାବି କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ। ଅନ୍ୟପଟେ ଗୃହ ମୁଲତବୀ ପରେ ବିଜେଡିକୁ ଟାର୍ଗେଟ କରିଛନ୍ତି ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର। ସେ କହିଛନ୍ତି, ଗୃହରେ ଗୋଟିଏ ପ୍ରକ୍ରିୟା ଅଛି। ଯେତେବଳେ ଗୃହରେ ପ୍ରଶ୍ନକାଳର ସମୟ ଆସୁଛି ସେହି ସମୟରେ ପ୍ରଶ୍ନ ପଚାରି ପାରିବେ। ସେହିପରି ମୁଲତବୀ ପ୍ରସ୍ତାବ ସମୟରେ ଆଲୋଚନା କରିବାର ସମୟ ରହିଛି ବିରୋଧୀଙ୍କ ପାଖରେ। ହେଲେ ବିରୋଧୀ ହଟ୍ଟଗୋଳ ମାନସିକତା ନେଇ ଗୃହ ମଧ୍ୟରେ ପ୍ରବେଶ କରିଛନ୍ତି। ଯାହାଫଳରେ ଗୃହରେ ସଠିକ୍‌ କାର୍ଯ୍ୟ ହୋଇ ପାରୁନାହିଁ।

ସେ ଆହୁରି କହିଛନ୍ତି, ସୁଭଦ୍ରା ଯୋଜନାକୁ ନେଇ ବିଜେଡି ହଟ୍ଟଗୋଳ କରୁଛି। ତାଙ୍କୁ ପ୍ରଶ୍ନ ପଚାରୁଛି ଯେ, ଯେତେବେଳେ ବିଜେଡି ସରକାର ୨୪ ବର୍ଷ ଶାସନ କାଳରେ ଥିଲା। ସେତେବଳେ ସେମାନେ ମା’ମାନଙ୍କୁ ବ୍ୟବହାର କରି ଭୋଟ୍‌ ବ୍ୟାଙ୍କ ତିଆରି କରିଥିଲା ବିଜେଡି। ମହିଳା ସଶକ୍ତିକରଣ ନାଁରେ ରାଜନୀତି କରୁଥିଲେ। ହେଲେ ମୋହନ ସରକାର ମା’ମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିବାକୁ ଯାଉଛନ୍ତି। ଯାହାଫଳରେ ବିରୋଧୀ ବିଚଳିତ ହେଉଛନ୍ତି ବୋଲି କହିଛନ୍ତି ଉପାସନା ମହାପାତ୍ର।

ସେହିପରି ଆସନ୍ତା ୧୭ ତାରିଖରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରି ଓଡ଼ିଶାର ମା’ ମାଉସୀ ମାନଙ୍କୁ ଉପହାର ଦେବାକୁ ଯାଉଛନ୍ତି ମୋହନ ସରକାର। ହେଲେ ଏଥିରେ ବିଚଳିତ ହେଉଛନ୍ତି ବିରୋଧୀ। ବିଜେଡିର କେବଳ ଗୋଟିଏ ମାନସିକତା ରହିଛି ନା କରିବି ନା କିଛି କରିବାକୁ ଦେବି ବୋଲି କହିଛନ୍ତି ଉପାସନା ମହାପାତ୍ର।

Leave A Reply

Your email address will not be published.