Odisha Link
Bridging the Missing Links in Odisha

୩ ବର୍ଷରେ ଆତ୍ମହତ୍ୟା କଲେଣି ୨୬୩ ଛାତ୍ରୀ

ଓଏଲ୍‌ ବ୍ୟୁରୋ: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ଏକାଦଶ କାର୍ଯ୍ୟ ଦିବସ। ଗୃହ କାର୍ଯ୍ୟ ଆରମ୍ଭରୁ ଅଶ୍ବିନୀ ଗୁରୁଙ୍କ ପରଲୋକରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହା ପରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ରଶ୍ନୋତ୍ତର ଆରମ୍ଭ ହୋଇଥିବାବେଳେ ବିଧାନସଭାରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଥିଲା।

ଏସବୁ ଭିତରେ ରାଜ୍ୟରେ ଆତ୍ମହତ୍ୟାକୁ ନେଇ ବଡ଼ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ରାଜ୍ୟରେ ବଢୁଛି ଆତ୍ମହତ୍ୟା ସଂଖ୍ୟା। ୩ ବର୍ଷରେ ୨୬୩ ଛାତ୍ରୀଙ୍କ ଜୀବନ ଯାଇଥିବାବେଳେ ୨୧୮ ଛାତ୍ର ଆତ୍ମହତ୍ୟା କରିଛନ୍ତି। ୨୦୨୩ରେ ସର୍ବାଧିକ ୧୦୪ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ୩ ବର୍ଷରେ ୪ ଚାଷୀ ଆତ୍ମହତ୍ୟା କରିଛନ୍ତି। ୩ ବର୍ଷରେ ଦାୟର ହୋଇଛି ୧୭,୭୭୮ ମାମଲା। ୨୦୨୩ରେ ସର୍ବାଧିକ ୧୦୪ ଜଣ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ବିଧାୟକ ଧ୍ରୁବ ସାହୁଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖିଛନ୍ତି।

Leave A Reply

Your email address will not be published.