Odisha Link
Bridging the Missing Links in Odisha

ପ୍ୟାରିସ୍‌ ପାରାଲିମ୍ପିକ୍ସ: ଭାରତକୁ ମିଳିଲା ୮ମ ପଦକ, ରୌପ୍ୟ ଜିତିଲେ ୟୋଗେଶ

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ପାରାଲିମ୍ପିକ୍ସ ୨୦୨୪ର ୫ମ ଦିନରେ କମାଲ କରିଛନ୍ତି ଭାରତୀୟ ପାରା ଖେଳାଳି। ପୁରୁଷ ଡିସ୍‌କସ୍‌ ଥ୍ରୋ-ଏଫ୍‌୫୬ରେ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ୟୋଗେଶ ଖତୁନିଆ। ୪୨.୨୨ ମିଟର ଥ୍ରୋ କରି ରୌପ୍ୟ ପଦକ ଜିତିଛନ୍ତି ୟୋଗେଶ। ଏଥିସହିତ ଚଳିତ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୮ରେ ପହଁଞ୍ଚିଛି। ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ସ୍ବର୍ଣ୍ଣ, ୩ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ଜିତି ପଦକ ତାଲିକାର ୩୦ ତମ ସ୍ଥାନରେ ରହିଛି।

ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ଦମ୍ ଦେଖାଉଛନ୍ତି ଭାରତୀୟ ଆଥଲେଟ୍। ଚଳିତ ଅଲିମ୍ପିକ୍ସରେ ଇତିହାସ ରଚିଲେ ପାରା ସ୍ପିଣ୍ଟର ପ୍ରୀତି ପାଲ। ଦୁଇଟି ପଦକ ଜିତିଛନ୍ତି। ଗତକାଲି ୨୦୦ ମିଟର ଟି୩୫ ରେସରେ ବ୍ରୋଞ୍ଜ ପଦକ ଜିତିଥିଲେ ପ୍ରୀତି ପାଲ। ୩୦.୦୧ ସେକେଣ୍ଡରେ ଏହି ଦୂରତା ଅତିକ୍ରମ କରିଥିଲେ। ପୂର୍ବରୁ ଶହେ ମିଟରରେ ବ୍ରୋଞ୍ଜ ଜିତିଥିଲେ।

ସେହିପରି ପୁରୁଷ ହାଇ ଜମ୍ପରେ ରୌପ୍ୟ ଜିତିଛନ୍ତି ନିସଦ କୁମାର। ହାଇ ଜମ୍ପ ଟି୪୭ ବର୍ଗ ଫାଇନାଲରେ ସେ ରୌପ୍ୟ ଆଣିଛନ୍ତି। ନିସଦ ମୋଟ୍ ୨.୦୪ ମିଟର ଜମ୍ପ କରିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ବି ସେ ଜିତିଥିଲେ ରୌପ୍ୟ ପଦକ।

ପ୍ୟାରିସ୍‌ ପାରାଲିମ୍ପକ୍ସରେ ଭାରତର ପଦକବୀର:
୧- ଅବନି ଲେଖରା (ସୁଟିଂ)- ସ୍ବର୍ଣ୍ଣ ପଦକ
୨-ମୋନା ଅଗ୍ରଓ୍ବାଲ(ସୁଟିଂ)- ବ୍ରୋଞ୍ଜ ପଦକ
୩-ପ୍ରୀତି ପାଲ (ଆଥଲେଟ୍)-ବ୍ରୋଞ୍ଜ ପଦକ
୪-ମନୀଷ ନରଓ୍ବାଲ(ସୁଟିଂ)- ରୌପ୍ୟ ପଦକ
୫-ଋବିନା ଫ୍ରାଂସିସ୍‌ (ସୁଟିଂ)- ବ୍ରୋଞ୍ଜ ପଦକ
୬-ପ୍ରୀତି ପାଲ (ଆଥଲେଟ୍)-ବ୍ରୋଞ୍ଜ ପଦକ
୭-ନିଷାଦ କୁମାର (ଆଥଲେଟ୍)- ରୌପ୍ୟ ପଦକ
୮-ୟୋଗେଶ ଖତୁନିଆ (ଆଥଲେଟ୍‌)-ରୌପ୍ୟ ପଦକ

Leave A Reply

Your email address will not be published.