୬ ଆଇଏଏସ୍ଙ୍କୁ ନୂଆ ଦାୟିତ୍ୱ
ଓଏଲ୍ ବ୍ୟୁରୋ: ୬ ଜଣ ଆଇଏଏସ୍ଙ୍କୁ ନୂଆ ଦାୟିତ୍ୱ ମିଳିଛି। ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ବିଭାଗ ପକ୍ଷରୁ ୬ ଜଣ ଆଇଏଏସ୍ଙ୍କୁ ଓଡ଼ିଶାର ବିଭିନ୍ନ ଉପଖଣ୍ଡରେ ଉପ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ୨୦୨୨ ବ୍ୟାଚ୍ର ୬ ଜଣ ଆଇଏଏସ୍ଙ୍କୁ ୬ଟି ସ୍ଥାନରେ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ନେଇ ଗତକାଲି ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ଆଇଏଏସ୍ ଅକ୍ଷୟ ପିଲୟଙ୍କୁ ବଣେଇ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ପ୍ରହ୍ଲାଦ ନାରାୟଣ ଶର୍ମାଙ୍କୁ ଆଠଗଡ଼ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ସେହିପରି ଅରୁଗୁଳା ସ୍ନେହାଙ୍କୁ ପଦ୍ମପୁର ଉପଜିଲ୍ଲପାଳ ଭାବେ ନିଯୁକ୍ତି ମିଳିଛି। ଆଇଏଏସ୍ ରେଡ୍ଡୀଙ୍କୁ ଜୟପୁର ଉପଜିଲ୍ଲାପାଳ, ସମୀର କୁମାର ଜେନାଙ୍କୁ ତାଳଚେର ଉପଜିଲ୍ଲାପାଳ ଓ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ରାଇରଙ୍ଗପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।