Odisha Link
Bridging the Missing Links in Odisha

ନିଯୁକ୍ତି ପାଇଁ ଆସିବ ସ୍ଵତନ୍ତ୍ର ଆଇନ, ପୂରଣ ହେବ ୩୪ ହଜାରରୁ ଅଧିକ ପଦବୀ

ଓଏଲ୍‌ ବ୍ୟୁରୋ: ବିଭିନ୍ନ ନିଯୁକ୍ତି ଭିତ୍ତିକ ପରୀକ୍ଷାକୁ ସ୍ୱଚ୍ଛ, ନିରପେକ୍ଷ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି। ନିକଟରେ ଏନେଇ କେନ୍ଦ୍ର ସରକାର ସ୍ଵତନ୍ତ୍ର ଆଇନ ଆଣିଥିବା ବେଳେ ଅନୁରୂପ ଭାବେ ରାଜ୍ୟ ସରକାର ଏକ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ।ବିରୋଧୀଙ୍କ ଦ୍ବାରା ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖି ମନ୍ତ୍ରୀ ଡ. ମହାଲିଙ୍ଗ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଏବେ ନୂଆ ସରକାର ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆମ ସରକାର ଆସନ୍ତା ୫ ବର୍ଷ ଭିତରେ ୧ ଲକ୍ଷ ୫୦ ହଜାର ପଦବୀ ପୂରଣ ପାଇଁ ପ୍ରତିଶ୍ରୁତିବଦ୍ଧ। ସେହିପରି ଆସନ୍ତା ୨ ବର୍ଷ ମଧ୍ୟରେ ସରକାର ୬୫ ହଜାର ପଦବୀ ପୂରଣ କରିବେ। ରାଜ୍ୟ ସରକାର ନିଯୁକ୍ତି ପ୍ରକ୍ରିୟାକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା କରିବା ପାଇଁ ନିଯୁକ୍ତି ମେଳାର କାର୍ଯ୍ୟସୂଚୀ ମଧ୍ୟ ନିର୍ଘଣ୍ଟ କରିଛନ୍ତି। ଆସନ୍ତା ଡ଼ିସେମ୍ବର ମାସ ସୁଦ୍ଧା ରାଜ୍ୟରେ ମୋଟ ୩୪୬୮୬ ଖାଲି ପଦବୀ ପୂରଣ କରାଯିବ। ତନ୍ମଧ୍ୟରୁ ଚଳିତ ସେପ୍ଟେମ୍ବର ମାସରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ସର୍ବାଧିକ ୨୧୯୭୯ ପଦବୀ ଅନ୍ତର୍ଭୁକ୍ତ ରହିଛି ବୋଲି ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି।

Leave A Reply

Your email address will not be published.