Odisha Link
Bridging the Missing Links in Odisha

ଦୁଲୀପ ଟ୍ରଫି: ଅଚାନକ ମିଳିଲା ଦଳରେ ସ୍ଥାନ, ଘରୋଇ କ୍ରିକେଟରେ ଦମଦାର ପ୍ରତ୍ୟାବର୍ତ୍ତନ କଲେ ଇଶାନ

ଓଏଲ୍‌ ବ୍ୟୁରୋ: ପ୍ରଥମେ ଦିନିକିଆ ବିଶ୍ବକପ୍‌, ପରେ ଟି-୨୦ ବିଶ୍ବକପ୍‌ ଦଳରେ ସ୍ଥାନ ମିଳିନଥିଲା। ଏପରିକି ବିଶ୍ବକପ୍‌ ପରେ ଭାରତୀୟ ଦଳରେ ବି ମିଳିନଥିଲା ସ୍ଥାନ। ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦୁଲୀପ ଟ୍ରଫିରେ ସ୍ଥାନ ପାଇବା ପରେ ବି ପ୍ରଥମ ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ହୋଇଥିଲେ ଇଶାନ କିଷନ। ପ୍ରଥମ ମ୍ୟାଚର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନଥିବା ଇଶାନ କିଷନ ଦ୍ବିତୀୟ ମ୍ୟାଚରେ ଦମଦାର ଇନିଂସ୍‌ ଖେଳିଛନ୍ତି। ଇଣ୍ଡିଆ-ସି ପକ୍ଷରୁ ଖେଳୁଥିବା ଇଶାନ କିଷନ ଦମଦାର ଶତକୀୟ ଇନିଂସ ଖେଳିବା ସହିତ ଘରୋଇ କ୍ରିକେଟରେ କମ୍‌ବ୍ୟାକ୍‌ କରିଛନ୍ତି ଇଶାନ କିଷନ।

୧୨୦ ବଲରୁ ୧୪ ଚୌକା ଓ ୨ ଛକା ଜରିଆରେ ଇଶାନ କିଶନ ନିଜର ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ସପ୍ତମ ଶତକ ପୂରଣ କରିଛନ୍ତି। ଦଳର ଅଧିନାୟକ ଋତୁରାଜ ଗାଏକଓ୍ବାଡ ରିଟାୟର୍ଡ ହଟ୍ ହୋଇ ପାଭିଲିୟନ ଫେରିବା ପରେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲେ ଇଶାନ। ସେ ବାବା ଇନ୍ଦ୍ରଜିତଙ୍କ ସହ ଇନିଂସକୁ ଆଗକୁ ବଢାଇଥିଲେ। ଏହା ସହିତ ଜରୁରି ସମୟରେ ଦଳ ପାଇଁ ଏହି ବାମହାତୀ ବ୍ୟାଟର ଶତକ ଅର୍ଜନ କରିଛନ୍ତି। ଇଶାନ କିଷନ ପ୍ରଥମ ମ୍ୟାଚ୍‌ରେ ଆହତ କାରଣରୁ ଖେଳି ପାରି ନ ଥିଲେ। ପୁଣି ଦ୍ଵିତୀୟ ମ୍ୟାଚ୍‌ ପାଇଁ ଫିଟ୍ ନ ଥିଲେ। ମାତ୍ର ମ୍ୟାଚ୍‌ ଠିକ୍ ପୂର୍ବରୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା।

Leave A Reply

Your email address will not be published.