Odisha Link
Bridging the Missing Links in Odisha

ହିରୋ ଏସିଆନ ଚାମ୍ପିୟନ୍ସ ଟ୍ରଫି: ଅପରାଜେୟ ଭାରତୀୟ ହକି ଦଳ, ୩-୧ରେ ହାରିଲା କୋରିଆ

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳ ହିରୋ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଦମଦାର ପ୍ରଦର୍ଶନ ଜାରି ରଖିଛି। ଚାଇନାରେ ଚାଲିଥିବା ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପୁରୁଷ ହକି ଦଳ ହାସଲ କରିଛି ୪ର୍ଥ ବିଜୟ। ସେମି ଫାଇନାଲରେ ପ୍ରବେଶ କରି ସାରିଥିବା ଭାରତୀୟ ଦଳ ଆଜିର ମ୍ୟାଚରେ କୋରିଆକୁ ୩-୧ ଗୋଲରେ ମାତ ଦେଇଛି।

ପୂର୍ବ ୩ଟି ମ୍ୟାଚ ଭଳି ଆଜି ମଧ୍ୟ କୋରିଆ ବିପକ୍ଷରେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ଭାରତ। ଆରମ୍ଭରୁ ହିଁ କୋରିଆକୁ ଦଳ ବ୍ୟାକଫୁଟରେ ରଖିଥିଲା। ମ୍ୟାଚ୍‌ର ୮ମ ମିନିଟରେ ଅରିଜିତ ସିଂହ ଭାରତ ପାଇଁ ଖାତା ଖୋଲିଥିଲେ। ଏହାର ଗୋଟିଏ ମିନିଟ ପରେ ଅଧିନାୟକ ହରମନପ୍ରୀତ ସିଂହ ଶକ୍ତିଶାଳୀ ଡ୍ରାଗ ଫ୍ଲିକ ଦ୍ୱାରା ସ୍ଥିତିକୁ ୨-୦ କରି ଦେଇଥିଲେ।

ପରେ କୋରିଆକୁ ମିଳିଥିବା ପେନାଣ୍ଟି କର୍ଣ୍ଣରକୁ ୟାଙ୍ଗ ଜିହୁନ ଗୋଲରେ ପରିଣତ କରିବାରୁ ସ୍ଥିତି ୨-୧ ହୋଇଯାଇଥିଲା। ମ୍ୟାଚର ୩ୟ କ୍ବାର୍ଟରରେ ଅଧିନାୟକ ହରମନପ୍ରୀତ ଗୋଲ ସ୍କୋର କରି ଦଳକୁ ୩-୧ରେ ଆଗୁଆ କରିଥିଲେ। କୋରିଆର ସବୁ ଆଟାକକୁ ଭାରତୀୟ ଖେଳାଳିମାନେ ପଣ୍ଡ କରି ଦେଇଥିଲେ। ଏଥିସହ ଭାରତ ମ୍ୟାଚ୍‌କୁ ୩-୧ରେ କବଜା କରିବାକୁ ସକ୍ଷମ ହୋଇଥିଲା। ଏବେ ଶେଷ ଗ୍ରୁପ ମ୍ୟାଚ୍‌ରେ(ଶନିବାର) ଭାରତୀୟ ହକି ଟିମ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।

Leave A Reply

Your email address will not be published.