ସୁଭଦ୍ରା ପାଇଁ ସଚେତନତା, ଆଶାକର୍ମୀଙ୍କ ସହ ଆଲୋଚନା କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଆଜି ଲୋକସେବା ଭବନରୁ ଭିଡିଓ କନଫରେନ୍ସ ମାଧ୍ୟମରେ ସୁଭଦ୍ରା ଯୋଜନା ବିଷୟରେ ରାଜ୍ୟର ସମସ୍ତ ଆଶା କର୍ମୀଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ। ଏହି ଆଲୋଚନାରେ ସୁଭଦ୍ରା ଯୋଜନା କେମିତି ଘରେ ଘରେ ପହଞ୍ଚିବ ଏବଂ କୌଣସି ଯୋଗ୍ୟ ହିତାଧିକାରୀ ଯେମିତି ଏଥିରୁ ବାଦ ନପଡିବେ ତାହା ଉପରେ ପରାମର୍ଶ ଦେଇଲେ।
ସୂଚନା ଅନୁସାରେ, ସୁଭଦ୍ରା ଯୋଜନା ହେଉଛି ଓଡ଼ିଶା ପାଇଁ ଆରମ୍ଭ ହୋଇଥିବା ଗୋଟିଏ ନୂଆ ଯୋଜନା। ଏହି ଯୋଜନା ଓଡ଼ିଶା ରେ ଭାରତୀୟ ଜନତା ପାର୍ଟି ୨୦୨୪ ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲା। ଓଡ଼ିଶାରେ ନୂତନ ସରକାର ଅର୍ଥାତ ବିଜେପି ସରକାର ଗଠନ ପରେ ସୁଭଦ୍ରା ଯୋଜନା କାର୍ୟକାରୀ କରିବା ପାଇଁ ସରକାର ଘୋଷଣା କରିଛନ୍ତି।
ସରକାରଙ୍କ ସୂଚନା ଅନୁସାରେ, ସୁଭଦ୍ରା ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ମହିଳାଙ୍କୁ ପଚାଶ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରାଯିବ। ପରିବାରର ହିତାଧିକାରୀ ମହିଳା ଉପହାର ହିସାବରେ ଏହି ରାଶିର ଲାଭ ଉଠାଇ ପାରିବେ। ତେବେ ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେପ୍ଟେମ୍ବର ୧୭ରେ ଏହାର ପ୍ରଥମ କିସ୍ତି ପ୍ରଦାନ କରାଯିବାର ସୂଚନା ରହିଛି। ଏହି ଆବେଦନକୁ ସରଳ କରିବା ପାଇଁ ବିଭିନ୍ନ ସ୍ତରରେ ସଚେତନ କରାଯାଉଛି।