Odisha Link
Bridging the Missing Links in Odisha

ଓଡ଼ିଶାର ୧୦ ଲକ୍ଷ ହିତାଧିକାରୀଙ୍କୁ ଆବାସ ବାଣ୍ଟିବେ ପ୍ରଧାନମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ୭୪ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଏଥିସହିତ ଓଡ଼ିଶାର ହିତାଧିକାରୀଙ୍କୁ ପିଏମ୍‌ ଆବାସର ପ୍ରଥମ କିସ୍ତି ଟଙ୍କା ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧୭ ତାରିଖରେ ମୋଦି ଓଡ଼ିଶାର ୧୦ ଲକ୍ଷ ହିତାଧିକାରୀଙ୍କୁ ଆବାସ ବାଣ୍ଟିବେ। ଏନେଇ ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ।

ବିଟି ମାଧ୍ୟମରେ ପ୍ରଥମ କିସ୍ତି ବାବଦକୁ ୩୧୮୦ କୋଟି ପଠାଇବେ ପ୍ରଧାନମନ୍ତ୍ରୀ ବୋଲି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ସୂଚନା ଦେଇଛନ୍ତି। ଓଡ଼ିଶାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Leave A Reply

Your email address will not be published.