Odisha Link
Bridging the Missing Links in Odisha

ସୁଭଦ୍ରା ଯୋଜନା: ଏପର୍ଯ୍ୟନ୍ତ ଆବେଦନ କଲେଣି ୫୦ ଲକ୍ଷ ମହିଳା

ଓଏଲ୍‌ ବ୍ୟୁରୋ: ୭୪ ତମ ଜନ୍ମଦିନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଏଥିପାଇଁ ଜନତା ମଇଦାନରେ ଚାଲିଛି ଜୋରଦାର ପ୍ରସ୍ତୁତି। ସୁଭଦ୍ରା ଯୋଜନାର ଶୁଭାରମ୍ଭ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଛନ୍ତି ବଡ଼ ପ୍ରତିକ୍ରିୟା।

ପ୍ରଭାତୀ ପରିଡ଼ା କହିଛନ୍ତି, ସୁଭଦ୍ରା ଯୋଜନାର ପ୍ରଥକ କିସ୍ତି ୧୭ ତାରିଖରେ ପ୍ରଦାନ କରାଯିବ। ୧୫ ତାରିଖ ଯାଏଁ ଯେଉଁ ହିତାଧିକାରୀ ଆବେଦନ କରିଥିବେ ତାଙ୍କୁ ୧୭ ତାରିଖରେ ପ୍ରଥମ କିସ୍ତି ପ୍ରଦାନ କରାଯିବ। ସିଧା ବ୍ୟାଙ୍କରୁ ଆକାଉଣ୍ଟକୁ ଯିବ ଟଙ୍କା। ଏବେ ଯାଏଁ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିସାରିଲେଣି ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା।

ସେ ଆହୁରି କହିଛନ୍ତି, ରବିବାର ସୁଭଦ୍ରା ସ୍ୱାଗତ ପଦଯାତ୍ରାର ଦିନ। ୧୦ ହଜାର ପଦଯାତ୍ରା ହେବ। ରାଜଧାନୀରୁ ଆରମ୍ଭ କରି ପ୍ରତ୍ୟେକ ରାଜସ୍ବ ଗ୍ରାମରେ ହେବ ସୁଭଦ୍ରା ଯାତ୍ରା। ପ୍ରତି ପଞ୍ଚାୟତରେ ଜିପିଏଲଏଫଙ୍କ ନେତୃତ୍ୱରେ ପଦଯାତ୍ରା ହେବ। ଏସ୍‌ଏଚ୍‌ଜି ମା’ ମାନେ ମଧ୍ୟ ଗାଁ ଗାଁରେ ସାମିଲ ହେବେ। ଭୁବନେଶ୍ୱରରେ ଗିରିଦୁର୍ଗା ମନ୍ଦିରରୁ ରମାଦେବୀ ବିଶ୍ବବିଦ୍ୟାଳୟ ଯାଏଁ ସୁଭଦ୍ରା ପଦଯାତ୍ରା ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.