Odisha Link
Bridging the Missing Links in Odisha

ବାରିପଦାରେ ପୃଥକ ପୃଥକ ଦୁର୍ଘଟଣା: ଚାଲିଗଲା ୪ ଜୀବନ, ୯ ଆହତ

ଓଏଲ୍‌ ବ୍ୟୁରୋ: ଅଶୁଭ ରବିବାର। ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଦୁଇଟି ପୃଥକ ପୃଥକ ସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ୪ ଜଣ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ବାରିପଦା ସହର ଉପକଣ୍ଠ ପାଲବଣି ବାଇପାସ୍ ଛକଠାରେ ବାଇକ୍ ଆରୋହୀଙ୍କୁ ଟ୍ରକ୍ ପଛରୁ ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟଙ୍କ ଘର ନୁରୁଡିହି ଗାଁର ବୋଲି ଜଣାଯାଇଛି।

ଗତକାଲି ଯୁବକ ୨ ଜଣ ବାଇକ୍‌ରେ କରମ ନାଟରେ ସାମିଲ ହେବାକୁ ଯାଉଥିବା ବେଳେ ସେମାନଙ୍କୁ ପଛରୁ ଟ୍ରକଟି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୨ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ସେହିପରି ବାରିପଦା ସହର ଉପକଣ୍ଠ ରଙ୍ଗାମାଟିଆ ଲୁଲୁଙ୍ଗ ରାସ୍ତାର ଖସାଡିହା ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ଗଛରେ ପିଟିହେବାରୁ ଡ୍ରାଇଭର ସମେତ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହତମାନେ ବାଲିଡିହା ଗ୍ରାମରେ ବୋଲି ଜଣାଯାଇଛି। ଘଟଣାସ୍ଥଳରେ ଡ୍ରାଇଭର ସମେତ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଥିଲେ।

Leave A Reply

Your email address will not be published.