Odisha Link
Bridging the Missing Links in Odisha

ଦିଲ୍ଲୀ ରାଜନୀତିରେ ବଡ଼ ହଲଚଲ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଅରବିନ୍ଦ

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ୧୫୬ ଦିନ ପରେ ଜେଲରୁ ମୁକୁଳିବାର ୨ ଦିନ ପରେ ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି କେଜ୍ରିୱାଲ। ଆସନ୍ତା ୨ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି ଅରବିନ୍ଦ।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ୬ ମାସ ହେବ ଜେଲରେ ଥିଲେ ଅରବିନ୍ଦ କେଜ୍ରିୱାଲ। ଗତକାଲି ତାଙ୍କୁ ସୁପ୍ରିମକୋର୍ଟରୁ ବେଲ୍ ମିଳିିଥିଲା। ବେଲରେ ଆସିବା ପରେ ଆଜି କେଜ୍ରିୱାଲ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି।

Leave A Reply

Your email address will not be published.