Odisha Link
Bridging the Missing Links in Odisha

ଆସନ୍ତାକାଲି ସ୍କୁଲ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି, ଜାଣନ୍ତୁ କାହିଁକି..

ଓଏଲ୍‌ ବ୍ୟୁରୋ: ୭୪ତମ ଜନ୍ମଦିନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା ମଇଦାନରେ ଜନସଭାକୁ ସମ୍ବୋଧିତ କରିବା ସହିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ପରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରର ସବୁ ୟୁନିଭରସିଟି ବନ୍ଦ ରଖିବା ନେଇ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ବିଏମସି ଅଧୀନ ସମସ୍ତ ବିଶ୍ବବିଦ୍ୟାଳୟ, କଲେଜ ବନ୍ଦ ରହିବ। ‘ସୁଭଦ୍ରା ଯୋଜନା’ ଶୁଭାରମ୍ଭ ପାଇଁ ପ୍ରଧାନମନ୍ତ୍ରୀ ଆସୁଥିବାରୁ ବନ୍ଦ ରହିବ। ସ୍କୁଲ କଲେଜ ସହ ସବୁ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ।

ସରକାରୀ କର୍ମଚାରୀମାନଙ୍କର ଅଫିସ ମଧ୍ୟ ବନ୍ଦ ରହିବ। ସରକାରୀ କାର୍ଯ୍ୟାଳୟଗୁଡିକର ମଧ୍ୟ ପ୍ରଥମାର୍ଦ୍ଧ ଛୁଟି ରହିବ। ମୋଦିଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ ବିପୁଳ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ସ୍କୁଲ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକ ସେଦିନ ସମ୍ପୂର୍ଣ୍ଣ ଛୁଟି ହେବା ସହିତ ସରକାରୀ କାର୍ଯ୍ୟାଳୟ ଗୁଡିକର ପ୍ରଥମାର୍ଦ୍ଧ ଛୁଟି ରହିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଏହି ଘୋଷଣା କେବଳ ଭୁବନେଶ୍ୱର ପାଇଁଁ ଲାଗୁ ହେବ। ରାଜ୍ୟର ଅନ୍ୟ ଜିଲ୍ଲାରେ ସ୍କୁଲ କଲେଜ ସ୍ୱାଭାବିକ ଭାବେ ଚାଲିବ।

Leave A Reply

Your email address will not be published.