Odisha Link
Bridging the Missing Links in Odisha

କାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଏହି ସବୁ ସ୍ଥାନକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା ମଇଦାନରେ ଜନସଭାକୁ ସମ୍ବୋଧିତ କରିବା ସହିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ପରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।

ମୋଦିଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଜୋରଦାର ରହିଛି। ପ୍ରଧାନମନ୍ତ୍ରୀଙ୍କ ବିଶ୍ରାମ ପାଇଁ ସ୍ବତନ୍ତ୍ର ଲାଉଞ୍ଜ ତିଆରି ହୋଇଛି। ସେହିଭଳି ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ପାଇଁ ଭିଆଇପି ଲାଉଞ୍ଜ ପ୍ରସ୍ତୁତ କରାଯାଇଛି। ୭୦ ହଜାର ଲୋକ ସମାଗମ ହୋଇପାରିବା ଭଳି ହ୍ୟାଙ୍ଗର ଛିଡା କରାଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୋଦିଙ୍କ ଗସ୍ତ ନେଇ ଜନତା ମୈଦାନରେ ପ୍ରସ୍ତୁତି ବୁଲି ଦେଖିଛନ୍ତି। ସମଗ୍ର ଅଞ୍ଚଳ ଏସପିଜି କଣ୍ଟ୍ରୋଲରେ ରହିବ। ଜନତା ମୈଦାନରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଏସପିଜି ଓ ବୋମା ସ୍କ୍ବାଡ୍ ଟିମ୍। ବ୍ଲୁ ବୁକ୍ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ରହିଛି।

ମୋଦିଙ୍କ ସୁରକ୍ଷାରେ ମୁତୟନ ହେବେ ୮୧ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୨ କମ୍ପାନୀ ସିଆରପିଏଫ। ସୁରକ୍ଷା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଦାୟିତ୍ବ ନ୍ତସ୍ତ କରାଯାଇଛି। ଏହାସହ ମୁତୟନ ହେବେ ୧୧ ଜଣ ଡିସିପି ରାଙ୍କର ଅଧିକାରୀ, ୨୨ ଜଣ ଅତିରିକ୍ତ ଡିସିପି, ୬୬ ଜଣ ଏସିପି, ୧୦୦ ଜଣ ଇନସ୍ପେକ୍ଟର ଓ ପ୍ରାୟ ୩ଶହ ଅଧିକାରୀ। ବିମାନବନ୍ଦରଠୁ ଜନତା ମୈଦାନ ଓ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ୍ ହେବ। ସାଧା ପୋଷାକରେ ରହିବେ ପୁଲିସ। ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ବ୍ୟାରିକେଡ଼ କରାଯାଇଛି।

Leave A Reply

Your email address will not be published.