Odisha Link
Bridging the Missing Links in Odisha

ରାଜ୍ୟ ରାଜନୀତିରେ ସୁଭଦ୍ରା ଝଡ଼, ବିଜେପିକୁ ଟାର୍ଗେଟ କଲା କଂଗ୍ରେସ

ଓଏଲ୍‌ ବ୍ୟୁରୋ: ବଦଳିଛି ସରକାର, ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାର ଗଠନ କରିଛି ଭାରତୀୟ ଜନତା ପାର୍ଟି। ଶାସକଦଳ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ନେଇ କସରତ ଆରମ୍ଭ କରିଥିବାବେଳେ ବିରୋଧୀ ମଧ୍ୟ ସ୍ବତନ୍ତ୍ର ରଣନୀତି ଆରମ୍ଭ କରିଛନ୍ତି। ଏସବୁ ଭିତରେ ସୁଭଦ୍ରା ଯୋଜନାକୁ ନେଇ ରାଜନୀତି ଲାଗି ରହିଛି।

ସୁଭଦ୍ରା ଯୋଜନାର ଶୁଭାରମ୍ଭ ପାଇଁ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ। ମୋଦିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଲା କଂଗ୍ରେସ। କଂଗ୍ରେସ ନେତା ବିଶ୍ଵ ରଂଜନ ମହାନ୍ତି ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି। ସୁଭଦ୍ରା ପ୍ରସଙ୍ଗରେ ବିଜେପିକୁ ୩ଟି ପ୍ରଶ୍ନ କରିଛି କଂଗ୍ରେସ।

ଏହି ଯୋଜନାରେ ସବୁ ମହିଳାଙ୍କୁ କାହିଁକି ସାମିଲ କରାଗଲା ନାହିଁ । ମାସକୁ ୮୩୩ ଟଙ୍କାରେ ମହିଳା କିଭଳି ଉଦ୍ୟୋଗପତି ହେବ। ୬୦ ଲକ୍ଷରୁ ଅଧିକ ପଞ୍ଜୀକୃତ। ପ୍ରକୃତ ହିତାଧିକାରୀ କେତେ ବୋଲି ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା କଂଗ୍ରେସ ଅଭିଯୋଗ ଆଣିଛି।

Leave A Reply

Your email address will not be published.