Odisha Link
Bridging the Missing Links in Odisha

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଥମୁନି ବର୍ଷା। ଗୋଟାଏ ପରେ ଗୋଟାଏ ଲଘୁଚାପ ଆସିବାରେ ଲାଗିଛି। କାଲି ସକାଳ ଯାଏଁ ୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼ ଓ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ବର୍ଷାରେ କିଛି ସ୍ଥାନରେ ସାମୟିକ ପାଣି ଜମିବା ସହ ଭୂସ୍ଖଳନ ହୋଇପାରେ।

କଚା ଘର ଭାଙ୍ଗିବା ସହ ରାସ୍ତାରେ ଯାତାୟାତ ସମସ୍ୟା ହୋଇପାରେ। ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼ ଓ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଞ୍ଜ, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ସତର୍କ କରାଯାଇଛି।

Leave A Reply

Your email address will not be published.