Odisha Link
Bridging the Missing Links in Odisha

ମୋଦିଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କେଜ୍ରିଓ୍ବାଲ

ଓଏଲ୍‌ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ଆଜି ପୂର୍ବାହ୍ନ ୧୧.୩୦ରେ ମୁଖ୍ୟମନ୍ତ୍ରୀ ନିବାସରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଆଲୋଚନା ହେବ। ଆଉ ୧୨ ଟା ବେଳେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବେ ଆପ୍‌ ମୁଖ୍ୟ ଅରବିନ୍ଦ୍ର କେଜ୍ରିଓ୍ବାଲ। ସେହିପରି ଅପରାହ୍ନ ୪ଟା ୩୦ରେ ଉପରାଜ୍ୟପାଳ ବିନୟ ସକ୍ସେନାଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଅରବିନ୍ଦ କେଜ୍ରିଓ୍ବାଲ। ସବୁଠୁ ବଡ଼କଥା ହେଲା ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଦିଲ୍ଲୀରେ ରାଜନୀତିରେ ବଡ଼ ହଲଚଲ ହେବାକୁ ଯାଉଛି।

Leave A Reply

Your email address will not be published.