Odisha Link
Bridging the Missing Links in Odisha

ବଡ଼ ଖବର: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେଜ୍ରିୱାଲ

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ରାଜନୀତିରେ ବଡ଼ ହଲଚଲ। ଚର୍ଚ୍ଚିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଉପରାଜ୍ୟପାଳ ବିନୟ ସକ୍ସେନାଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ। ସବୁଠୁ ବଡ଼କଥା ହେଲା ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଦିଲ୍ଲୀରେ ରାଜନୀତିରେ ବଡ଼ ହଲଚଲ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ନେଇ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଥିଲେ। ଏହା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କିଏ ହେବ ଚର୍ଚ୍ଚା ହୋଇଥିଲା। ଆଜି ପୂର୍ବାହ୍ନରେ ଏନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଥିଲା। ଆଜି ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ବରେ ହୋଇଥିବା ବିଧାୟକ ଦଳ ବୈଠକରେ ଆତିଶୀଙ୍କ ନାମରେ ବାଜିଛି ମୋହର।

ଆପ ନେତ୍ରୀ ଆତିଶୀ ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଆପ୍ ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ମନ୍ତ୍ରିମଣ୍ଡଳରେ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ଭାଳିଛନ୍ତି ଆତିଶୀ। ଶିକ୍ଷା, ମହିଳା ଓ ଶିଶୁ ବିକାଶ, ସଂସ୍କୃତି, ପର୍ଯ୍ୟଟନ, ପୂର୍ତ୍ତମନ୍ତ୍ରୀ ଅଛନ୍ତି ଆତିଶୀ। ଆତିଶୀଙ୍କ ନାଁ ପ୍ରସ୍ତାବ ଦେଇଥିଲେ ଅରବିନ୍ଦ କେଜରିୱାଲ। ଗତ ସେପ୍ଟେମ୍ବର ୧୫ରେ କେଜରିୱାଲ ଇସ୍ତଫା ଘୋଷଣା କରିବା ପରେ ଆତିଶୀଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା। ଯାହା ଆଜି ସ୍ପଷ୍ଟ ହୋଇଛି।

କାହିଁକି ଆତିଶୀଙ୍କ ନାଁରେ ବାଜିଲା ମୋହର?

ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ପରେ ଦିଲ୍ଲୀ ସରକାରଙ୍କ ପ୍ରମୁଖ ଦାୟିତ୍ବ ନେଇଥିଲେ ଆତିଶୀ। ରାଜନୀତିରେ ବେଶ୍ ଅଭିଜ୍ଞ ଆପ୍ ନେତ୍ରୀ ଆତିଶୀ। ୧୪ଟି ବିଭାଗ ସମ୍ଭାଳିବାର ଅଭିଜ୍ଞତା ରହିଛି। କେଜ୍ରିୱାଲ ଓ ସିସୋଦିଆଙ୍କ ଗିରଫ ପରେ ଦାୟିତ୍ବ ସମ୍ଭାଳିଥିଲେ। ଲୋକସଭା ନିର୍ବାଚନରେ ଆତିଶୀ ସବୁଠୁ ବେଶୀ ଚର୍ଚ୍ଚାରେ ଥିଲେ। ଦିଲ୍ଲୀରେ ଜଳ ଯୋଗାଣ ଲାଗି ଅନଶନ କରି ଚର୍ଚ୍ଚାରେ ରହିଥିଲେ।

Leave A Reply

Your email address will not be published.