Odisha Link
Bridging the Missing Links in Odisha

ଉତ୍ତର ଓଡ଼ିଶାରେ ବର୍ଷାର ତାଣ୍ଡବ, ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଲଗାଣ ବର୍ଷା ପରେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଆଜି ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସାମିଲ ହୋଇଛନ୍ତି।

ସୂଚନା ଅନୁସାରେ, ଜଳେଶ୍ୱର ରାଜଘାଟରେ ବିପଦ ସଂକେତ ଉପରେ ରହିଛି ସୁବର୍ଣ୍ଣରେଖା ନଦୀ। ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାବେଳେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବାଲେଶ୍ବର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ବର ଓ ବସ୍ତା ବ୍ଲକ ପ୍ରଭାବିତ ହୋଇଛି।

ସୁବର୍ଣ୍ଣରେଖାର ବନ୍ୟା ଜଳରେ ବହୁ ଅଞ୍ଚଳ ଜଳବନ୍ଦୀ ହୋଇଛି। ନଦୀ ବନ୍ଧ ଉପରେ ଆଶ୍ରୟ ନେଉଛନ୍ତି ବନ୍ୟା ବିପନ୍ନ। ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଂକେତ ୧୦.୩୬ ମିଟର ହୋଇଥିବାବେଳେ ୧୧.୫୮ ମି ଜଳ ପ୍ରବାହିତ ହେଉଛି। ନଦୀର ଜଳସ୍ତର ବିପଦ ସଂକେତ ପାର ହୋଇଥିବାରୁ ଏକାଧିକ ଗାଁ ପାଣି ଘେରରେ ରହିଛି। ଭୋଗରାଇର ୩୦ ଗାଁ, ବାଲିଆପାଳର ୨୫ ଗାଁ, ବସ୍ତାର ୨୫ ପଞ୍ଚାୟତ ଜଳାବର୍ଣ୍ଣ ହୋଇପଡିଛି।

Leave A Reply

Your email address will not be published.