Odisha Link
Bridging the Missing Links in Odisha

ଥମୁନି ବୋରୱେଲ ଅଘଟଣ, ପୁଣି ଫସିଲା କଅଁଳ ଶିଶୁର ଜୀବନ

ଓଏଲ୍‌ ବ୍ୟୁରୋ: ଥମୁନି ବୋରୱେଲ ଅଘଟଣ। ପୁଣି ଫସିଲା କଅଁଳ ଶିଶୁର ଜୀବନ। ୩୬ ଫୁଟ୍‌ ବୋରୱେଲ ତଳେ ନିଜ ଜୀବନ ସହ ସଂଘର୍ଷ କରୁଛି କଅଁଳ ଶିଶୁ। ରାଜସ୍ଥାନର ଦୌସା ସହରର ବାନ୍ଦିକୁଇରେ ଏଭଳି ଘଟଣା ଘଟିଛି। ଖେଳୁଥିବାବେଳେ ବୋରୱେଲକୁ ୨ ବର୍ଷର ଶିଶୁକନ୍ୟା ଖସିପଡିଛି। ଉଦ୍ଧାରକାର୍ଯ୍ୟରେ ଏନଡିଆରଏଫ ଓ ଏସଡିଆରଏଫ ଦଳ ମୁତୟନ କରାଯାଇଛିଇ। ଗତରାତିରୁ ଉଦ୍ଧାରକାର୍ଯ୍ୟ ଜୋରସୋରରେ ଚାଲିଥିବାବେଳେ ଶିଶୁକୁ ଅକ୍ସିଜେନ ଦିଆଯାଇଛି। ତେବେ ବାରମ୍ଵାର ବୋରୱେଲ ଅଘଟଣ ଘଟିବା ପରେ ବର୍ତ୍ତମାନ ଏହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି।

Leave A Reply

Your email address will not be published.