Odisha Link
Bridging the Missing Links in Odisha

ଭିସୁଟର ପୂର୍ବତନ ଛାତ୍ରୀ ମୃତ୍ୟୁ ମାମଲା: ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ବଡ଼ ପ୍ରଶ୍ନ

ଓଏଲ୍‌ ବ୍ୟୁରୋ: ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ଅନେକ ଚର୍ଚ୍ଚା ଚାଲିଥିବାବେଳେ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାର ଏକ ପ୍ରଶ୍ନ କରିଥିବାବେଳେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ତଦନ୍ତ କାହିଁକି ସିବିଆଇକୁ ଦିଆଯାଇନି, ଏନେଇ ଉତ୍ତର ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଉତ୍ତର ରଖିବାକୁ କହିଛନ୍ତି।

ଖବର ଅନୁସାରେ, ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ଅନେକ ଚର୍ଚ୍ଚା ଚାଲିଥିବାବେଳେ ଚିନ୍ମୟୀ ସାହୁଙ୍କ ଭିସେରା ରିପୋର୍ଟରେ ଇଥାଇଲ ଆଲକହଲ ସେବନ କରିଥିବା ସୂଚନା ମିଳିଥିଲା। ରିପୋର୍ଟ ଅନୁସାରେ ମୃତ୍ୟୁ ପୂର୍ବରୁ ସେ ଆଲକହଲ ସେବନ କରିଥିବା ସ୍ପଷ୍ଟ ହୋଇଛି ବୋଲି ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର କହିଥିଲେ।

ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧରଙ୍କ କହିବା ମୁତାବିକ, ସିସିଟିଭି ଫୁଟେଜ୍‌ରେ ପିଇବା ବେଳର ଫୁଟେଜ୍‌କୁ ଏହା ଲିଙ୍କ୍‌ କରୁଛି। ଦୁଇ ଜଣ ବସିକି ହୋଟେଲରେ ପିଇବା ବେଳର ଫୁଟେଜ ସିଜ୍‌ କରିଛୁ। ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ଡାୟାଟମ ରିପୋର୍ଟରେ ମୃତ୍ୟୁର କାରଣ ପାଣିରେ ବୁଡ଼ି ବୋଲି ଆସିଥିଲା। ଏହା ଆତ୍ମହତ୍ୟା, ନା କେହି ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିଲେ, ତଦନ୍ତ ଚାଲିଛି ବୋଲି ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର କହିଥିଲେ।

ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ପରେ ପରିବାର ଲୋକ ଆଣିଥିଲେ ହତ୍ୟା ଅଭିଯୋଗ। ଚିନ୍ମୟୀଙ୍କ ଭଉଣୀ କହିଥିଲେ ଚିନ୍ମୟୀଙ୍କ ବେକରେ ଅନେକ ଦାଗ ରହିବା ସହ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି। ତାକୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଉଛି। ଏହି ଘଟଣାର ଉଚ୍ଚସ୍ତରୀୟ ଦଦନ୍ତ ପାଇଁ ପରିବାର ପକ୍ଷରୁ ଦାବି ହୋଇଥିଲା। ଏହି ମାମଲାର ତଦନ୍ତ ପାଇଁ ୩ଟି ଟିମ୍ ଗଠନ କରାଯାଇ ତଦନ୍ତ କରାଯାଇଥିଲା।

Leave A Reply

Your email address will not be published.