Odisha Link
Bridging the Missing Links in Odisha

‘ସୁଭଦ୍ରା’ ଯୋଜନାରେ ମିଳିବ ୫୦୦ ଟଙ୍କା ବୋନସ୍‌, କେମିତି ମିଳିବ ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ତାପରଠୁ ରାଜ୍ୟର ବିଭିନ୍ନ ବ୍ୟାଙ୍କ ସାମ୍ନାରେ ଦେଖିବାକୁ ମିଳିଛୁ ପ୍ରବଳ ଭିଡ଼। ଏସବୁ ମଧ୍ୟରେ ବଡ଼ ପ୍ରତିକ୍ରିୟା ରଖିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ସୁଭଦ୍ର ଯୋଜନାରେ ମିଳିବ ୫୦୦ ଟଙ୍କା ବୋନସ୍।

ଓଡ଼ଶାର ଜନସାଧାରଣ ଜନତାଙ୍କୁ ଆଶ୍ୱସ୍ତି ରହିବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଏଥିସହିତ କହିଛନ୍ତି, ସୁଭଦ୍ରା ଯୋଜନାରେ ଆକାଉଣ୍ଟକୁ ଯାଇଥିବା ଟଙ୍କା ଆପଣଙ୍କମାନଙ୍କର। ସରକାର ତା’ଉପରେ ସୁଧ ନେବେ ନାହିଁ କିମ୍ବା ଫେରାଇ ନେବେ ନାହିଁ। କୌଣସି ଭ୍ରମିତ ଖବରରେ ଚକିତ ହୁଅନ୍ତୁ ନାହିଁ। କିମ୍ବା ବ୍ୟାଙ୍କ ସାମ୍ନାରେ ଲମ୍ବା ଧାଡି ଲଗାନ୍ତୁ ନାହିଁ।

ସେ ଆହୁରି କହିଛନ୍ତି, ଯେଉଁ ଟଙ୍କା ଆପଣଙ୍କ ଆକଉଣ୍ଟକୁ ଯାଇଛି, ଯେତେବେଳେ ଚାହିଁବେ ଖର୍ଚ୍ଚ କରି ପାରିବେ। ଡିଜିଟାଲି ମୋଡରେ ଖର୍ଚ୍ଚ କଲେ ଆଉ ୫୦୦ ଟଙ୍କା ବୋନସ୍‌ ହିସାବରେ ମିଳିବ। ଡିଜିଟାଲ ବ୍ୟବହାର ଉପରେ ସରକାର ପ୍ରୋତ୍ସାହନ ଦେଉଛନ୍ତି। ପ୍ରାୟ ୨୫ ଲକ୍ଷ ୧୧ ହଜାର ମହିଳାଙ୍କ ପାଖକୁ ସୁଭଦ୍ରାର ପ୍ରଥମ କିସ୍ତି ଯାଇଛି, ଏବଂ ଏହି ଅର୍ଥ ମହିଳାଙ୍କ ନିଜସ୍ୱ। ମହିଳା ଯେଭଳି ଚାହିଁବେ ଟଙ୍କା ଖର୍ଚ୍ଚ କରି ପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.