Odisha Link
Bridging the Missing Links in Odisha

ଆଗାମୀ ୨ ବର୍ଷ ମଧ୍ୟରେ ଭାରତରେ ଶେଷ ହେବ ନକ୍ସଲବାଦ

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ ଗସ୍ତରେ ଯାଇ ବଡ଼ କଥା କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଆଗାମୀ ୨ ବର୍ଷ ମଧ୍ୟରେ ଦେଶରେ ସମ୍ପୂର୍ଣ୍ଣ ନକ୍ସଲବାଦ ଶେଷ ହୋଇଯିବ। ମାର୍ଚ୍ଚ ୨୦୨୬ ସୁଦ୍ଧା ସମଗ୍ର ଦେଶରେ ନକ୍ସଲବାଦର ଅନ୍ତ ଘଟିବ ବୋଲି କହିଛନ୍ତି ଗୃହମନ୍ତ୍ରୀ।

ଛତିଶଗଡ଼ରେ ନକ୍ସଲ ହିଂସାର ପ୍ରଭାବିତ ହୋଇଥିବା ୫୫ ଜଣ ପୀଡିତଙ୍କୁ ସମ୍ବୋଧିତ କରିବା ସମୟରେ ଶାହ କହିଛନ୍ତି, ଆମେ ଦେଶରୁ ନକ୍ସଲବାଦକୁ ଉଚ୍ଛେଦ କରି ଶାନ୍ତି ପ୍ରତିଷ୍ଠା କରିବୁ। ନରେନ୍ଦ୍ର ମୋଦି ସରକାର ସମଗ୍ର ଦେଶରୁ ନକ୍ସଲବାଦକୁ ସମାପ୍ତ କରିବାରେ ସଫଳ ହୋଇଛନ୍ତି। ବସ୍ତରର ୪ଟି ଜିଲ୍ଲା ବ୍ୟତୀତ ୨୦୨୬ ମାର୍ଚ୍ଚ ଶେଷ ସୁଦ୍ଧା ଦେଶରୁ ନକ୍ସଲବାଦକୁ ଅନ୍ତିମ ବିଦାୟ ଦେବାକୁ ସ୍ଥିର କରାଯାଇଛି। ଚାକିରି, ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆମର କଲ୍ୟାଣମୂଳକ ପଦକ୍ଷେପ ମାଧ୍ୟମରେ ଆମେ ଯେକୌଣସି ଉପାୟରେ ଆପଣ (ନକ୍ସଲ ହିଂସା ପ୍ରଭାବିତ)ଙ୍କୁ ସାହାଯ୍ୟ କରିବୁ ବୋଲି ଶାହା କହିଛନ୍ତି।

ସେ ଆହୁରି କହିଛନ୍ତି, “ମାଓବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ସୁରକ୍ଷା ବାହିନୀ ବହୁ ସଫଳତା ହାସଲ କରିଛି। ମାଓବାଦୀମାନେ ଏକଦା ପାଶୁପତିନାଥ (ନେପାଳ)ରୁ ତିରୁପତି (ଆନ୍ଧ୍ରପ୍ରଦେଶ) ପର୍ଯ୍ୟନ୍ତ ଏକ କରିଡର ପ୍ରତିଷ୍ଠା କରିବାକୁ ଯୋଜନା କରିଥିଲେ। କିନ୍ତୁ ସେମାନଙ୍କୁ ସଫଳ ହେବାକୁ ଦିଆଯାଇ ନଥିଲା।

Leave A Reply

Your email address will not be published.