Odisha Link
Bridging the Missing Links in Odisha

ତିରୁପତି ମନ୍ଦିର ଲଡ଼ୁରେ ଗୋରୁ ମାଂସ-ମାଛ ତେଲ, ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର

ଓଏଲ୍‌ ବ୍ୟୁରୋ: ତିରୁପତି ମନ୍ଦିର ପ୍ରସାଦକୁ ସାରା ଦେଶରେ ଆରମ୍ଭ ହୋଇଛଇ ବିତର୍କ। କାରଣ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ପ୍ରାସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶ୍ରଣ କରିଥିବା ଅଭିଯୋଗ କରିଛନ୍ତି। ଏହା ପରେ ନମୁନା ପରୀକ୍ଷା କରିବାରୁ ଏହା ସ୍ପଷ୍ଟ ହୋଇଛି। ଅନୁସନ୍ଧାନ ପରେ ଆସିଥିବା ରିପୋର୍ଟରେ ମାଛ ତେଲର ସନ୍ଧାନ ନିଶ୍ଚିତ ହୋଇଛି। ଅନ୍ୟପଟେ ତିରୁପତି ମନ୍ଦିର ଲଡ଼ୁରେ ପଶୁ ଚର୍ବି ଏବଂ ମାଛ ତେଲ ମିଶ୍ରଣ ଘଟଣାର ରିପୋର୍ଟ ମାଗିଛି କେନ୍ଦ୍ର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ କହିଛନ୍ତି। ଅନ୍ୟପଟେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ।

ସୂଚନାଥାଉକି, ଏକ କାର୍ଯ୍ୟକ୍ରମ ସମୟରେ ନାଇଡୁ କହିଥିଲେ ଯେ, ଘିଅ ପରିବର୍ତ୍ତେ, ପ୍ରସାଦରେ ପଶୁ ଚର୍ବି ଏବଂ ଖରାପ ଗୁଣବତ୍ତା ଜିନିଷ ବ୍ୟବହାର କରାଯାଉଥିଲା। ଆମେ ଏଥିରେ ଅସଲି ଘିଅ, ପରିଷ୍କାର ପରିଚ୍ଛନ୍ନତା ଏବଂ ଉତ୍ତମ ଗୁଣର ଯତ୍ନ ନିଆଯିବା ଆମେ ନିଶ୍ଚିତ କରିଛୁ। ଏକ ଘରୋଇ ଲ୍ୟାବ ପକ୍ଷରୁ ତିରୁପତି ବାଲାଜୀ ମନ୍ଦିରରେ ପ୍ରସାଦ ରୂପେ ବିକ୍ରି ହେଉଥିବା ଲଡୁର ମାନ ପରୀକ୍ଷା କରାଯାଇଥିଲା। ପରୀକ୍ଷଣରୁ ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି। ଲଡୁରେ ମାଛ ତେଲ,ଗୋରୁ ଚର୍ବି, ଘୁଷୁରି ଚର୍ବିର ମିଶ୍ରଣ କରାଯାଉଛି।

ଏହି ଲ୍ୟାବ୍‌ ରିପୋର୍ଟ ଶାସକ ତେଲଗୁ ଦେଶମ ପାର୍ଟି ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା, ଯାହା ପରେ ଭକ୍ତଙ୍କ ମହଲରେ ଉଦବେଗ ପ୍ରକାଶ ପାଇଛି। ଏହାକୁ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ବିସ୍ତୃତ ରିପୋର୍ଟ ମାଗିଛି।

Leave A Reply

Your email address will not be published.