ମେଜର ଏବଂ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା: ଗିରଫ ହୋଇଥିବା ୭ ଛାତ୍ର କହିଲେ-ମିଡିଲ ଫିଙ୍ଗର..

ଓଏଲ୍ ବ୍ୟୁରୋ: ସବୁଠି ଚର୍ଚ୍ଚାରେ ଥିବା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ରାଜଧାନୀ ଭୁବନେଶ୍ୱର ରାସ୍ତାରେ ଅପମାନିତ କରିବା ମାମଲାରେ ଆଜି ୭ ଜଣଙ୍କୁ ଗିରଫ କରିଛି ପୁଲିସ। ଜେଲ ଗଲା ବେଳେ ୭ ଛାତ୍ର ଦେଇଛନ୍ତି ବିସ୍ଫୋରକ ବୟାନ। ସେମାନେ କହିଛନ୍ତି, ରାତିରେ କାର୍ ଭିତରେ ମେଜରଙ୍କ ବାନ୍ଧବୀ ଆମକୁ ମିଡିଲ୍ ଫିଙ୍ଗର ଦେଖାଇଥିଲେ। ଆଉ ବିନା କାରଣରେ ଅଭଦ୍ର ଭାଷାରେ ଗାଳି ଦେଇଥିବାରୁ ଝଗଡ଼ା ଆରମ୍ଭ ହୋଇଥିଲା। ଆମର କୌଣସି ଭୁଲ୍ ନାହିଁ। ବିନା ଦୋଷରେ ଆମକୁ ଗିରଫ କରାଯାଇଛି।
ଜଣେ ଛାତ୍ର କହିଛନ୍ତି, ଆମେ ସାଙ୍ଗମାନେ ପଟିଆରୁ ଫେରୁଥିଲୁ। ଗୋଟିଏ ଗାଡ଼ିରେ ମେଜର ଓ ତାଙ୍କ ବାନ୍ଧବୀ ଫୁଲ୍ ନିଶାରେ ଥିଲେ। ସେମାନେ ଆମକୁ ରାସ୍ତାରେ ଅଟକାଇକୁ ଚେଷ୍ଟା କରିଥିଲେ। କାର୍ରେ ରହି ମେଜରଙ୍କ ବାନ୍ଧବୀ ଆମକୁ ମିଡିଲ୍ ଫିଙ୍ଗର ଦେଖାଇଥିଲେ। ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ଏହାପରେ କାର୍ ଅଟକାଇବାକୁ ଆମେ ସେମାନଙ୍କୁ କହିଥିଲୁ। ସେମାନେ କାର୍ ଅଟକାଇ ଥିଲେ। ତା’ପରେ ଆମ ସହିତ ଯୁକ୍ତିତର୍କ କରିଥିଲେ। କାର୍ ଭିତରେ ମଦ ଥିବା ଦେଖିବାକୁ ପାଇଥିଲୁ ବୋଲି ଛାତ୍ର ଜଣକ କହିଛନ୍ତି।