ରତ୍ନଭଣ୍ଡାର ସର୍ଭେ କାମ ଶେଷ, ସ୍ୱାଭାବିକ ହେଲା ଜଗା ଦର୍ଶନ
ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେ କାମ ଶେଷ ହୋଇଛି। ରତ୍ନଭଣ୍ଡାର ସର୍ଭେ କାମ ଶେଷ ହୋଇଥିବା ବେଳେ ଜଗା ଦର୍ଶନ ସ୍ୱାଭାବିକ ହୋଇଛି। ରତ୍ନଭଣ୍ଡାର ସର୍ଭେ କାମ ପାଇଁ ୨ଟାରୁ ୬ଟା ଯାଏ କଟକଣା କରାଯାଇଥିଲା। ଦିନକ ପୂର୍ବରୁ ରତ୍ନଭଣ୍ଡାର ସର୍ଭେ ସରିବାରୁ କଟକଣା ଉଠିଯାଇଛି। ସର୍ଭେର ଡାଟା ପ୍ରକ୍ରିୟାକରଣ ପାଇଁ ୧୦ ଦିନ ଲାଗିଯିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଗତକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେ ଶେଷ ହୋଇଛି। ଏନଜିଆରଆଇ ଶ୍ରେଷ୍ଠ ଜ୍ଞାନ କୌଶଳ ବ୍ୟବହାର କରି ସର୍ଭେ କରିଛି। ଉକ୍ତ ସର୍ଭେ ରିପୋର୍ଟ ଏଏସଆଇକୁ ହସ୍ତାନ୍ତର ସହ ରାଜ୍ୟ ସରକାରଙ୍କୁ ବି ପ୍ରଦାନ କରାଯିବ। ଟେକ୍ନିକାଲ ସର୍ଭେ ରିପୋର୍ଟ ଆସିବା ପରେ ସେବା ପୂଜା ସହ ଜଡ଼ିତ ସମସ୍ତଙ୍କର ପରାମର୍ଶ ଲୋଡ଼ାଯିବ। ରାଜ୍ୟ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବା ପରେ କାର୍ଯ୍ୟ ଆଗକୁ ବଢ଼ିବ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।