ସୁପ୍ରିମ୍ ରାୟ: ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଦେଖିବା ଦଣ୍ଡନୀୟ ଅପରାଧ
ଓଏଲ୍ ବ୍ୟୁରୋ: ଶିଶୁ ପର୍ଣ୍ଣୋଗ୍ରାଫିକୁ ନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଭିଡିଓ ଦେଖିବା ଓ ଡାଉନଲୋଡ କରିବା ଦଣ୍ଡନୀୟ ଅପରାଧ। ପିଲାଙ୍କ ସହ ଜଡିତ ଅଶ୍ଳୀଳ କଣ୍ଟେଣ୍ଟ ଦେଖିବା, ପ୍ରକାଶିତ କରିବା କିମ୍ବା ଏହାକୁ ଡାଉନ୍ଲୋଡ୍ କରିବା ଦଣ୍ଡନୀୟ ଅପରାଧ ବୋଲି ସିଜେଆଇ ଡିଓ୍ୱାଇ ଚନ୍ଦ୍ରଚୂଡ୍, ଜଷ୍ଟିସ୍ ଜେ.ବି ପାରଡିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରଙ୍କ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇନ୍ତି।
ଭିଡିଓ ଦେଖିବା ଓ ଡାଉନଲୋଡ କରିବା ଦଣ୍ଡନୀୟ ଅପରାଧ। ତେଣୁ ଭିଡିଓ ରଖିଲେ କି ଦେଖିଲେ ଦଣ୍ଡବିଧାନ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପିଲାଙ୍କ ସହ ଜଡିତ ଅଶ୍ଳୀଳ କଣ୍ଟେଣ୍ଟ ଦେଖିବା, ପ୍ରକାଶିତ କରିବା କିମ୍ବା ଏହାକୁ ଡାଉନ୍ଲୋଡ୍ କରିବା ଦଣ୍ଡନୀୟ ଅପରାଧ। ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଡାଉନଲୋଡ୍ କିମ୍ବା ଦେଖିବା ପକସୋ ଅଧିନିୟମ ଅଟେ।
ସୂଚନା ଅନୁସାରେ, ମାଡ୍ରାସ ହାଇକୋର୍ଟ ମୋବାଇଲ୍ ଫୋନରେ ଶିଶୁ ଅଶ୍ଳୀଳ ବିଷୟବସ୍ତୁ ରଖିଥିବା ଅଭିଯୋଗ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ ଚାଲିଥିବା ମାମଲାକୁ ବାତିଲ କରିଦେଇଥିଲେ। କେବଳ ଶିଶୁ ଅଶ୍ଳୀଳତା ଡାଉନଲୋଡ୍ କରିବା ଏବଂ ଦେଖିବା POCSO ଆକ୍ଟ ଅନୁଯାୟୀ ଅପରାଧ ନୁହେଁ ବୋଲି ଏଥିରେ ଦର୍ଶାଯାଇଥିଲା।
ମାଡ୍ରାସ ହାଇକୋର୍ଟଙ୍କ ଏହି ରାୟ ଆସିବା ପରେ ଶିଶୁ ଅଧିକାର ପାଇଁ କାର୍ଯ୍ୟ କରୁଥିବା ଅନେକ ସଂଗଠନ ଏହାକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆଜି ଏହି ମାମଲାର ଶୁଣାଣି ହୋଇଛି। ଏହି ରାୟ ଦେବାବେଳେ ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟ ନିଷ୍ପତ୍ତିକୁ ରଦ୍ଦ କରି ଦେଇଛନ୍ତି।
ଶୁଣାଣି ବେଳେ ଜଷ୍ଟିସ ଜେ.ବି ପାରଡିୱାଲା କହିଛନ୍ତି ଯେ, ଦୋଷୀମାନଙ୍କ ମାନସିକ ସ୍ଥିତିର ଅନୁମାନ ଉପରେ ସମସ୍ତ ପ୍ରଯୁଜ୍ୟ ବ୍ୟବସ୍ଥା ବୁଝାଇବାକୁ ଆମେ ଚେଷ୍ଟା କରିଛୁ ଏବଂ ନିର୍ଦ୍ଦେଶାବଳୀ ମଧ୍ୟ ରଖିଛୁ। ପୋକ୍ସୋ ଆକ୍ଟରେ ପରିବର୍ତ୍ତନ କରି ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଶବ୍ଦ ସ୍ଥାନରେ child sexually abusive and exploitative material (CSAEM) ତଥା ଶିଶୁ ଯୌନ ନିର୍ଯାତନା ଓ ଦୁର୍ବ୍ୟବହାର ସାମଗ୍ରୀ ଲେଖାଯାଉ ବୋଲି କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି।