Odisha Link
Bridging the Missing Links in Odisha

୮ ସୁଦ୍ଧା ସବୁ ଥାନାରେ ଲାଗିବ ସିସିଟିଭି: ଡିଜିପି

ଓଏଲ୍‌ ବ୍ୟୁରୋ: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ଭୁବନେଶ୍ବରଠୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ହେଉଛି ଜୋରଦାର ଚର୍ଚ୍ଚା। ଦିନ ପରେ ଦିନ ଗଡ଼ିବାରେ ଲାଗିଛି ଆଉ ସାମ୍ନାକୁ ଆସୁଛି ନୂଆ ନୂଆ ଟ୍ବିଷ୍ଟ। ପ୍ରଥମେ ପୁଲିସ ଥାନାରେ ଭଙ୍ଗାରୁଜା ଏବଂ ଆକ୍ରମଣ ଘଟଣା ନେଇ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଆଡକୁ ଆଙ୍ଗୁଠି ଉଠିଥିଲା। ହେଲେ ପରବର୍ତ୍ତୀ ସମୟରେ ପୁଲିସ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ।

ଆଉ ଅଭିଯୋଗ ଉପରେ ଡିଜିପି ନେଲେ କାର୍ଯ୍ୟାନୁଷ୍ଠାନ। ଏପିରିକି ତଦନ୍ତ ସ୍ୱରୂପ ପାଞ୍ଚ ଜଣ ପୁଲିସ ଅଫିସରଙ୍କୁ ନିଲମ୍ବିତ ବି କରାଗଲା। ତେବେ ସେ ଦିନ ରାତିରେ ଭରତପୁର ଥାନାରେ କ’ଣ ହୋଇଥିଲା। କାହା ପାଖରେ ବି ନାହିଁ ସଠିକ୍‌ ପ୍ରମାଣ। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣା ପରେ ଆଜି ପୁଲିସ ଡିଜିପି ଆଉ ଏକ କଡା ନିଷ୍ପତି ନେଇଛନ୍ତି।

ଅକ୍ଟୋବର ୮ ସୁଦ୍ଧା ରାଜ୍ୟର ସବୁ ଥାନାରେ ସିସିଟିଭି ଲାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୫୭ଟି ଥାନାରେ ନୂଆ ଲାଗିବା ସହ ୨୯ଟି ଥାନାରେ ବଦଳା ଯିବ ସିସିଟିଭି। ସିସିଟିଭି ଲଗାଇବାକୁ ଓକାକ୍‌କୁ ନିର୍ଦ୍ଦେଶ ଦିଆଯାଇଥିବା ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି।

Leave A Reply

Your email address will not be published.