Odisha Link
Bridging the Missing Links in Odisha

ପ୍ରାଚୀନ ଐତିହ୍ୟର ପୁନରୁଦ୍ଧାର ପାଇଁ ପ୍ରୟାସ, ସୂର୍ଯ୍ୟ ମନ୍ଦିରର ଜିପିଆର୍‌ ସର୍ଭେ

ଓଏଲ୍‌ ବ୍ୟୁରୋ: କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ବରେ ଜିପିଆର୍‌ ସର୍ଭେ ଆରମ୍ଭ ହୋଇଛି। ହାଇଦ୍ରାବାଦର ନ୍ୟାସନାଲ ଜିଓଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଦ୍ବାରା ସର୍ଭେ କରାଯାଉଛି। ସର୍ଭେ କାମ ନେଇ ଏଏସ୍ଆଇ ଅଧୀକ୍ଷକ ଡି.ବି ଗଡ଼ନାୟକ ସୂଚନା ଦେଇଛନ୍ତି। ରେଡିଓ ୱେବ୍ ଜରିଆରେ ଭୂତଳର ୧୫ ମିଟର ଯାଏଁ ସ୍କାନିଂ ହେଉଛି। ଯଦି ମାଟି ତଳେ ପ୍ରାଚୀନ ଐତିହ୍ୟ ସନ୍ଧାନ ମିଳେ, ପୁନରୁଦ୍ଧାର ହେବ।

ସୂଚନା ଅନୁସାରେ, କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର। ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ। ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି। ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି।

କ୍ଷୟକ୍ଷତିକୁ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି। ସେପ୍ଟେମ୍ବର ୧୮ରେ ୬ ଜଣିଆ ଏଏସ୍‌ଆଇ ଦଳ କୋଣାର୍କ ସୂର୍ଯ୍ୟମନ୍ଦିରରେ ପହଂଚି କୋଣାର୍କ ସୂର୍ଯ୍ୟମନ୍ଦିରରେ ଅନୁଧ୍ୟାନ କରିଥିଲା। କୋଣାର୍କ ମନ୍ଦିରର ସଂରକ୍ଷଣ ଓ ଗର୍ଭଗୃହରୁ ବାଲିକଢ଼ା ସ୍ଥିତି ନେଇ ଅନୁଧ୍ୟାନ କରାଯାଇଥିଲା। ବର୍ତ୍ତମାନ ସ୍କାନିଂ କରାଯାଉଛି।

Leave A Reply

Your email address will not be published.