Odisha Link
Bridging the Missing Links in Odisha

୫ମ ଦେଶ ଭାବେ ଇତିହାସ ରଚିଲା ଭାରତ, ଟେଷ୍ଟ କ୍ରିକେଟରେ କଲା ଏହି ବଡ଼ କାରନାମା

ଓଏଲ୍‌ ବ୍ୟୁରୋ: ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚକୁ ଭାରତୀୟ ଦଳ ୨୮୦ ରନ୍‌ରେ ବିଜୟ ହାସଲ କରିଥିଲା। ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ବାଂଲାଦେଶ ବିପକ୍ଷରେ ସହଜ ବିଜୟ ହାସଲ କରିଥିଲା ଭାରତ। ଏଥିସହିତ ଟେଷ୍ଟ କ୍ରିକେଟରେ ନୂଆ ମାଇଲଖୁଣ୍ଟ ଛୁଇଁଛି ଭାରତୀୟ କ୍ରିକେଟ ଦଳ। ବିଶ୍ବର ୫ମ ଦଳ ଭାବେ ଟେଷ୍ଟ କ୍ରିକେଟରେ ହାରିବା ଅପେକ୍ଷା ଅଧିକା ମ୍ୟାଚ ଜିତିଛି ଭାରତ।

ବାଂଲାଦେଶ ବିପକ୍ଷ ସିରିଜ ପୂର୍ବରୁ ଭାରତୀୟ ଦଳ କ୍ରିକେଟର ସବୁଠାରୁ ଲମ୍ବା ଫର୍ମାଟରେ ୫୭୯୦ଟି ମୁକାବିଲା ଖେଳିଥିଲା। ସେଥିରୁ ଭାରତୀୟ ଦଳ ୧୭୯ମ୍ୟାଚ୍‌ ଜିତିଥିବା ବେଳେ ୧୭୮ଟି ମ୍ୟାଚ୍‌ ହାରିଛି। ଟିମ୍‌ ଇଣ୍ଡିଆ ୨୨୨ଟି ମ୍ୟାଚ୍‌ ଡ୍ର ରଖିବାରେ ସଫଳ ହୋଇଥିବା ବେଳେ ଗୋଟିଏ ମ୍ୟାଚ ଟାଇ ରଖିବାରେ ସଫଳ ହୋଇଥିଲା। ୫୮୦ ତମ ମ୍ୟାଚରେ ଭାରତୀୟ ଦଳ ବାଂଲାଦେଶକୁ ହରାଇବା ଫଳରେ ଭାରତୀୟ ଦଳ ୧୭୯ମ୍ୟାଚ୍‌ ଜିତିଥିବା ବେଳେ ୧୭୮ଟି ମ୍ୟାଚ୍‌ ହାରିଛି।

ଟେଷ୍ଟ କ୍ରିକେଟରେ ଏପର୍ଯ୍ୟନ୍ତ ୫ଟି ଦେଶ ହାରିବା ଅପେକ୍ଷା ଅଧିକ ମ୍ୟାଚ ଜିତିଛନ୍ତି। ଏହି ତାଲିକାର ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିଆ ରହିଛି। କଙ୍ଗାରୁବାହିନୀ ଏପର୍ଯ୍ୟନ୍ତ ୮୬୬ଟି ଟେଷ୍ଟ ମ୍ୟାଚ ଖେଳିଛି ସେଥିରୁ ୪୧୪ଟି ମ୍ୟାଚ ଜିତିଥିବା ବେଳେ ୨୩୨ଟଇ ମ୍ୟାଚରେ ପରାଜିତ ହୋଇଛି। ସେହିପରି ଟେଷ୍ଟ କ୍ରିକେଟ ଇତିହାସରେ ସର୍ବାଧିକ ମ୍ୟାଚ୍‌ ଖେଳିଥିବା ଇଂଲଣ୍ଡ ଏପର୍ଯ୍ୟନ୍ତ ୧୦୭୭ଟି ମ୍ୟାଚ୍‌ ଖେଳିଛି। ସେଥିରୁ ଦଳ ୩୯୭ଟି ମ୍ୟାଚ୍‌ ଜିତିଥିବା ବେଳେ ୩୨୫ଟି ମ୍ୟାଚରେ ପରାଜିତ ହୋଇଛି। ସେହିପରି ତୃତୀୟରେ ଦକ୍ଷିଣ ଆଫ୍ରିକା ଓ ୪ର୍ଥ ସ୍ଥାନରେ ପାକିସ୍ତାନ ରହିଛି।

Leave A Reply

Your email address will not be published.