Odisha Link
Bridging the Missing Links in Odisha

ଆନ୍ଦୋଳନରେ ଶତାଧିକ ସଫେଇ କର୍ମଚାରୀ, ଗନ୍ଧରେ ଫାଟିପଡୁଛି କ୍ୟାପିଟାଲ ହସ୍ପିଟାଲ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ପାର୍ବଣ ଋତୁ। ଆଉ କିଛି ଦିନ ପରେ ମହାସମାରୋହରେ ପାଳନ ହେବ ଦଶହରା। ଏହା ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀ ଆନ୍ଦୋଳନ କରିଛନ୍ତି। ୩୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ବସିଛନ୍ତି। ମାସକୁ ୪ ଦିନ ଛୁଟି ସହ ପୂଜା ବୋନସ ଦାବିରେ କର୍ମଚାରୀ ଆନ୍ଦୋଳନ କରିଛନ୍ତି। ଆଗକୁ ପୂଜା ଆସୁଥିବାରୁ ପୂଜା ବୋନସ ଦାବିରେ କର୍ମଚାରୀ ଆନ୍ଦୋଳନ କରିଛନ୍ତି। ଦରମା ବୃଦ୍ଧି ଓ ଦଶହରା ବୋନସ ଦାବିରେ ସଫେଇ କର୍ମଚାରୀମାନେ ହସ୍ପିଟାଲ ସମ୍ମୁଖରେ ପ୍ରଶାସନିକ ବିଭାଗ ସମ୍ମୁଖରେ ଧାରଣା ଦେଇଛନ୍ତି।

ଆନ୍ଦୋଳନ କାରଣରୁ କ୍ୟାପିଟାଲ ହସ୍ପିଟାଲ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ ଆଇନ ଶୃଙ୍ଖଲା ପରିସ୍ଥିତିକୁ ନେଇ କର୍ମଚାରୀଙ୍କୁ ବୁଝାସୁଝା କରିଥିଲା। ହେଲେ ଦରମା ବୃଦ୍ଧି ସହ ଦଶହରା ବୋନସ ନ ମିଳିବା ଯାଏଁ ସେମାନଙ୍କର ଧାରଣା ଜାରି ରହିବ ବୋଲି ସଫେଇ କର୍ମଚାରୀମାନେ କହିଛନ୍ତି। ସଫେଇ କର୍ମଚାରୀମାନେ ଜିଦ୍‌ରେ ଅଟଳ ଥିବାରୁ ହସ୍ପିଟାଲର ବିଭିନ୍ନ କାର୍ଯ୍ୟ ଠପ୍‌ ହୋଇପଡିଛି। ଏନେଇ ନିର୍ଦ୍ଦେଶକ କହିଛନ୍ତି, ‘‘କାର୍ଯ୍ୟରେ ଅବହେଳା କରାଯାଉଛି। ଫଳରେ ଲୋକମାନେ ହଇରାଣ ହେଉଛନ୍ତି। ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯିବା ସହିତ ଆଉଟସୋର୍ସ କମ୍ପାନୀର ଅଧିକାରୀଙ୍କୁ ସଫେଇ କର୍ମଚାରୀଙ୍କ ଧାରଣା ନେଇ ଅବଗତ କରାଯାଇଛି।’’ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସେ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.