Odisha Link
Bridging the Missing Links in Odisha

ଉପକୂଳ ସୁରକ୍ଷାରେ ସୁଦୃଢ଼ତା, ସମୁଦ୍ରରେ ‘ସାଗରକବଚ’ର ସମରାଭ୍ୟାସ

ଓଏଲ୍‌ ବ୍ୟୁରୋ: ଉପକୂଳ ସୁରକ୍ଷାକୁ ସୁଦୃଢ କରିବା ତଥା ଯେ କୌଣସି ଆତଙ୍କି ଶତ୍ରୁଙ୍କୁ ପ୍ରବେଶ ନ କରାଇବା ପାଇଁ ଉଭୟ ପୁଲିସ, କୋଷ୍ଟ ଗାର୍ଡ ଓ ନୌସେନା ଦ୍ୱାରା ମିଳିତ ସମର ଅଭ୍ୟାସ କରାଯାଇଛି। ପୁରୀ ଜିଲ୍ଲା ଉପକୂଳ ଅଂଚଳରେ ଏହି ଦୁଇ ଦିନିଆ ମିଳିତ ସମରାଭ୍ୟାସ ଆଜି ଆରମ୍ଭ ହୋଇଛି।

ସମୁଦ୍ରରେ “ସାଗରକବଚ”ର ଏହି ସମରାଭ୍ୟାସ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଦୃଢ଼ କରିବ। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଭାରତ ଦୋହଲିଯିବା ପରେ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବାକୁ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ତରଫରୁ ପ୍ରତେକ ବର୍ଷ ମିଳିତ ସମରା ଭ୍ୟାସ ଆୟୋଜିତ ହେଉଛି।

ପୁରୀ ଜିଲ୍ଲାରେ ପାଞ୍ଚ ଗୋଟି ସେକ୍ଟରରେ ଏହି ସମର ଅଭ୍ୟାସ ଆଜି ଠାରୁ ଆରମ୍ଭ ହୋଇଛି। ଜିଲ୍ଲାର ଅସ୍ତରଙ୍ଗ, ଚନ୍ଦ୍ରଭାଗା, ପେଣ୍ଠକଟା, ସିପକୁଦା ଓ ବାଲିହାରଚଣ୍ଡୀ ସେକ୍ଟରରେ ନୌସେନା, ତଟରଖି ବାହିନୀ, ମେରାଇନି ପୁଲିସ ଓ ସାଗର ମିତ୍ର ଉପକୂଳ ସୁରକ୍ଷାରେ ସାମିଲ ହୋଇଛନ୍ତି। ବ୍ଲୁ ଫୋର୍ସ ଓ ରେଡ ଫୋର୍ସ ଦୁଇଟି ଟିମ୍ ହୋଇ ଏହି ସମରାଭ୍ୟାସ ଚାଲିଛି।

Leave A Reply

Your email address will not be published.