Odisha Link
Bridging the Missing Links in Odisha

ଆଜି ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା, ବିଜେପି ନେତାଙ୍କୁ ଦେବେ ଗୁରୁମନ୍ତ୍ର

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଲଘୁଚାପ ବର୍ଷା ଜାରି ରହିଥିବାବେଳେ ବିଜେପିର ନୂତନ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ସାରା ଭାରତ ବର୍ଷରେ ଜାରି ରହିଛି। ଏହି କ୍ରମରେ ଓଡ଼ିଶାରେ ମଧ୍ୟ ସଦସ୍ୟତା ଅଭିଯାନ ଜାରି ରହିଛି। ଏସବୁ ଭିତରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।

ଆଜି ଓଡ଼ିଶା ଗସ୍ତରେ ଆସି ବିଜେପିର ସଦସ୍ୟତା ଅଭିଯାନ ବୈଠକରେ ଯୋଗ ଦେବେ। ଏହା ସହ ରାଜ୍ୟ ପଦାଧିକାରୀଙ୍କ ସମେତ ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କରିବେ। ରାଜ୍ୟ କାର୍ଯ୍ୟାଳୟରେ ପଦାଧିକାରୀ ବୈଠକ ବସିବ। ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।

Leave A Reply

Your email address will not be published.