Odisha Link
Bridging the Missing Links in Odisha

ମୋଦିଙ୍କ ପୁଣେ ଗସ୍ତ ବାତିଲ

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ରରେ ଜାରି ରହିଛି ଭୀଷଣ ବର୍ଷା। ଯାହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁଣେ ଗସ୍ତ ବାତିଲ କରାଯାଇଛି। ମହାରାଷ୍ଟ୍ରରେ ଭୀଷଣ ବର୍ଷା ଲାଗି ରହିଥିବାରୁ ଅନେକ ସହର ଜଳାର୍ଣ୍ଣବ ହୋଇଛି। ଯାହା ଚିନ୍ତାର କାରଣ ପାଲଟିଛି। ସଡ଼କରେ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବାର ଦେଖିବାକୁ ମିଳିଛି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣେ ଗସ୍ତରେ ଯାଇଥାନ୍ତେ। ପୁଣେରେ ମେଟ୍ରୋ ଟ୍ରେନ୍‌ରୁ ଶୁଭାରମ୍ଭ କରିବା ସହିତ ୨୨,୬୦୦ କୋଟିର ପ୍ରକଳ୍ପ ଭେଟି ଦେଇଥାନ୍ତେ ପିଏମ୍‌ ମୋଦି। ଭୀଷଣ ବର୍ଷାକୁ ନଜରରେ ରଖି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଶେଷରେ ବାତିଲ କରିବାକୁ ପଡ଼ିଛି।

ପ୍ରବଳ ବର୍ଷା କାରଣରୁ ପୁଣେ ଓ ପିମ୍ପରୀ ଚିିିଚବଡ଼ର ସ୍କୁଲ-କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ସ୍ଥାନୀୟ ପ୍ରଶାସନ। ଅନ୍ୟପଟେ ମୁମ୍ବାଇ ପୁଲିସ ମୁମ୍ବାଇବାସୀଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ଚେତାବନୀ ଦେଇଛି। ବର୍ଷା କାରଣରୁ ରେଳ ପରିଚାଳନାରେ ମଧ୍ୟ ବିଳମ୍ବ ପରିଲିକ୍ଷିତ ହୋଇଛି। ବିଶେଷ ଭାବେ ମୁମ୍ବାଇରେ ଗଡ଼ୁଥିବା ଲୋକାଲ ଟ୍ରେନ୍‌ ଗୁଡ଼ିକୁ ପରିଚାଳନା କରିବାରେ ଅସୁବିଧା ପରିଲିକ୍ଷିତ ହୋଇଛି।

Leave A Reply

Your email address will not be published.